ଏସସି/ଏସଟି ଆଇନ୍‌ ତୁରନ୍ତ ଗିରଫଦାରୀ ଉପରେ ରୋକ ଲଗାଉଥିବା ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ସୁପ୍ରିମକୋର୍ଟ ମଙ୍ଗଳବାର ଅନୁସୂଚିତ ଜାତି/ଜନଜାତି ଆଇନ୍‌ରେ ତୁରନ୍ତ ଗିରଫଦାରୀ ଉପରେ ରୋକ ଲଗାଇବା ନିଷ୍ପତ୍ତି ବିରୋଧରେ ସରକାରଙ୍କ ପୁନର୍ବିଚାର ଆବେଦନ ଉପରେ ରାୟ ଦେଇଛନ୍ତି । ତିନି ଜଣିଆ ସୁପ୍ରିମକୋର୍ଟ ଖନ୍ଦପୀଠ ଗତ ବର୍ଷ ଦୁଇ ଜଣିଆ ଖନ୍ଦପୀଠ ଦେଇଥିବା ରାୟକୁ ରଦ୍ଦ କରିଦେଇଛନ୍ତି । ଏହା ପୂର୍ବରୁ ୨୦୧୮, ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ଖନ୍ଦପୀଠ ଏସସି/ଏସଟି ଆଇନ୍‌ ଅନ୍ତର୍ଗତ ମାମଲା ରୁଜୁ ହେବା କ୍ଷଣି ବିନା ଯାଞ୍ଚରେ ତତକାଳ ଗିରଫଦାରୀର ପ୍ରାବଧାନ ଉପରେ ରୋକ ଲଗାଇଥିଲେ ।
ମଙ୍ଗଳବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ, ଦେଶରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକମାନେ ଏବେବି ଛୁଆାଁଅଛୁଅାଁ ଭେଦଭାବ ଏବଂ ଦୁବ୍ୟର୍ବହାରର ଏବେ ସାମନା କରୁଛନ୍ତି । ସମାଜରୁ ବର୍ତ୍ତମାନ ବି ସେମାନେ ବାସନ୍ଦ ହୋଇ ରହିଛନ୍ତି । ଦେଶରେ ସମାନ ଅଧିକାର ପାଇବା ସକାଶେ ସେମାନଙ୍କୁ ଏବେବି ସଂଘର୍ଷ କରିବାକୁ ପଡୁଛି ।
ସେହିଭଳି ଗତ ବର୍ଷ ସୁପ୍ରିମକୋର୍ଟ ଏସସି/ଏସଟି ଆଇନ୍‌ ଅନ୍ତର୍ଗତ ହେଉଥିବା ଗିରଫଦାରୀ ପାଇଁ ବହୁ ସମୟରେ ନିଦେ୍ର୍ଦାଷ ଲୋକକୁ ବି ଜେଲ ଯିବାକୁ ପଡୁଥିବାର ମତବ୍ୟକ୍ତ କରି ତୁରନ୍ତ ଗିରଫଦାରୀ ଉପରେ ରୋକ ଲଗାଇଥିଲେ । ଗିରଫଦାରୀ ପୂର୍ବରୁ ପୁଲିସ୍‌ ସର୍ବନିମ୍ନ ପ୍ରାରମ୍ଭିକ ଯାଞ୍ଚ କରୁ ବୋଲି କୋର୍ଟ କହିଥିଲେ । ଏହା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଦାଖଲ କରିଥିଲେ । ଏହା ସହ କେନ୍ଦ୍ର ସରକାର ଏସସିଏସଟି ଆଇନରେ କିଛି ସଂଶୋଧନ ମଧ୍ୟ କରିଥିଲେ, ଯାହା ଉପରେ କୋର୍ଟ କୌଣସି ରୋକ ଲଗାଇନଥିଲେ । ପ୍ରକାଶ ଥାଉ କିଳ ଗତ ବର୍ଷ ସୁପ୍ରିମକୋର୍ଟଙ୍କ ଉକ୍ତ ରାୟ ପରେ ଏହା ବିରୋଧରୋ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*