ଏସସିବି ମେଡିକାଲ କଲେଜ ଓ ହାସପାତାଳ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏସ.ସି.ବି. ମେଡିକାଲ କଲେଜ ଓ ହାସପାତାଳର ଉନ୍ନତିକରଣ କାର୍ଯ୍ୟର ଏକ ସମୀକ୍ଷା ବୈ÷ଠକ ଶୁକ୍ରବାର ପୂର୍ବାହ୍ନରେ ରାଜସ୍ୱ ଆୟୁକ୍ତଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଫେବୃୟାରୀ ୨୮ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାମ ସରିଲେ ମାର୍ଚ୍ଚ ପହିଲାରୁ ଏସ.ସି.ବି. ମେଡିକାଲ କଲେଜ ଓ ହାସପାତାଳର ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏହି ସମୀକ୍ଷା ବୈ÷ଠକରେ ରାଜସ୍ୱ ଆୟୁକ୍ତ ସାମଲ ପ୍ରକାଶ କରିଛନ୍ତି । ୬ ଏକର ପରିମିତ ଜମିରେ ଥିବା, ଏସସିବି ମେଡିକାଲ ଓ ବୋଷର ଖେଳ ପଡିଆ, ଡାକ୍ତରଙ୍କ କ୍ୱାର୍ଟର, ମହାନଦୀ ଦକ୍ଷିଣ ଡିଭିଜନର ୫୫ଟି କ୍ୱାର୍ଟର, ବୋଷର କ୍ୱାର୍ଟର, ଜଳସମ୍ପଦ ବିଭାଗର କ୍ୱାର୍ଟର, ମହାନଦୀ ବ୍ୟାରେଜ ଡିଭିଜନର ୭୦ଟି କ୍ୱାର୍ଟର ଏବଂ ୨ ଗୋଟି ଆଇ.ବି. ଓ କ୍ୱାଲିଟି କଣ୍ରୋ୍ଟଲର କାର୍ଯ୍ୟାଳୟ ଏବଂ ୨ଟି ଲାବରୋଟୋରି ଓ ଗୋଟିଏ କ୍ଟାର୍ଟର ମଧ୍ୟ ଖାଲି କରାଯିବ ବୋଲି ସମୀକ୍ଷା ବୈ÷ଠକରୁ ଜଣାପଡିଛି । ପ୍ରକଳ୍ପ କ୍ଷେତ୍ର ମଧ୍ୟରେ ଥିବା ସରକାରୀ କ୍ୱାର୍ଟର, ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ଗୁଡିକୁ ଖାଲି କରିବା ସହିତ ଆବଶ୍ୟକ କାର୍ଯ୍ୟାଳୟ ଗୁଡିକୁ ଖୁବ ଶୀଘ୍ର ଅନ୍ୟତ୍ର ଖାଲି ଥିବା କ୍ୱାର୍ଟର ଏବଂ ସ୍ଥାନ ଯୋଗାଇ ଦିଆଯିବବୋଲି ରାଜସ୍ୱ ଆୟୁକ୍ତ କହିଥିଲେ । ବିରୁପା ନଦୀ ପାଶ୍ୱର୍ରେ ନିରୁପଣ ହୋଇଥିବା ସ୍ଥାନକୁ ସମତଳକ ରାଯିବା ସହିତ ଖୁବଶୀଘ୍ର ଜଳ ସମ୍ପଦ ବିଭାଗ ଦ୍ୱାରା କଟକ ମହାନଗର ନିଗମକୁ ହସ୍ତାନ୍ତର କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହିପରି ଜନସ୍ୱାସ୍ଥ୍ୟ ବିଭାଗର ରହିଥିବା ପାଇପ୍ ଗୁଡିକୁ ତିନିଦିନ ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ଏତଦ୍ବ୍ୟତୀତ, ନିର୍ବାହୀ ଯନ୍ତ୍ରୀ ଜଳ ସେଚନ, ଅଧ୍ୟକ୍ଷ ବୋଷ, ନିର୍ବାହୀ ଯନ୍ତ୍ରୀ କାଡା, ନିର୍ବାହୀ ଯନ୍ତ୍ରୀ ଜଳସମ୍ପଦ ବିଭାଗ, ଉପ ନିଦେ୍ର୍ଦଶକ ଭୁତତ୍ୱ ବିଭାଗ ମାନଙ୍କୁ ସେମାନଙ୍କର କାର୍ଯ୍ୟାଳୟ ଓ ରହିଥିବା କ୍ୱାର୍ଟର ଗୁଡିକୁ ଫେବୃୟାରୀ ୨୮ ତାରିଖ ସୁଦ୍ଧା ଖାଲି କରିବାକୁ ନୋଟିସ ଦିଆଯିବାକୁ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ରାଜସ୍ୱ ଆୟୁକ୍ତଙ୍କ ଅତିରିକ୍ତ ସଚିବ ସଂଜିତା ଦାସ, ବୋଷ ଅଧ୍ୟକ୍ଷ ଜ୍ଞାନରଂଜନ ରୟ, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ଏମ.ଆର.ଖାନ, ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ, ଜନସ୍ୱାସ୍ଥ୍ୟ, ଡେପୁଟି କମିଶନର ସିଏମସି ଅବିନାଶ ରାଉତଙ୍କ ସମେତ ଅଧ୍ୟକ୍ଷ ଆଇ.ଏମ୍.ଆଇ.ଟି ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଇନଷ୍ଟିଚ୍ୟୁଟ୍, ଶିଳ୍ପ ଓ ଡିଟିଇଟିର ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*