ଏଲଓସିରେ ବିସ୍ଫୋରଣ ଯବାନ ସହିଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଜମ୍ମୁ

ରବିବାର ନିୟନ୍ତ୍ରଣ ରେଖାର ଅଖନୁର୍‌ ସେକ୍ଟରରେ ଏକ ବିସ୍ଫୋରଣ ହେବାରୁ ଜଣେ ଯବାନ ସହିଦ ହୋଇଥିଲାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଭାରତୀୟ ସେନାର ଏକ ୟୁନିଟ୍‌ ପାଲାନୱାଲା ଅଞ୍ଚଳରେ ନିୟମିତ ପାଟ୍ରୋଲିଂରେ ଥିଲାବେଳେ ଏହି ବିସ୍ଫୋରଣ ହୋଇଥିଲା । କେମିତି ଓ କେଉଁ କାରଣରୁ ବିସ୍ଫୋରଣ ହୋଇଥିଲା, ସେ ବାବଦରେ କୌଣସି ଖବର ହସ୍ତଗତ ହୋଇପାରିନାହିଁ । ତେବେ ଜଣେ ପ୍ରତିରକ୍ଷା ବିଭାଗର ଅଧିକାରୀ କହିଛନ୍ତି ଯେ, ସୁରକ୍ଷାବଳ ସେ ଅଞ୍ଚଳକୁ ଘେରାଉ କରି ନେଇ ଘଟଣାର ଛାନଭିନ୍‌ କରୁଛନ୍ତି । ଏହା ଏକ ଆତଙ୍କୀ ହାମଲା ନା ପାକିସ୍ତାନ ସେନା ଗୋଳା ଫାଟିବା କାରଣରୁ ଏହି ଅଘଟଣ ଘଟିଛି ସେ ବିଷୟ ଯାଞ୍ଚ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*