ଏରିକ୍ସନକୁ ୨୬୦କୋଟି ପୈଠ ପାଇଁ ଅରକମ୍‌ ତତ୍ପର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ସୁପି୍ରମକୋର୍ଟଙ୍କ କଡ଼ା ନିଦେ୍ର୍ଦଶ ଓ ଜେଲ ଧମକ ପରେ ଅନୀଲ ଅମ୍ବାନୀଙ୍କ ନେତୃତ୍ୱରେ ପରିଚାଳିତ କମ୍ପାନୀ ରିଲାଏନ୍ସ କମୁ୍ୟନିକେସନ (ଅରକମ୍‌) ଏରିକ୍ସନକୁ ବକେୟା ଅର୍ଥ ପୈଠ ପାଇଁ ତତ୍ପରତା ଆରମ୍ଭ କରିଛି ।କମ୍ପାନୀ ନିଜର ଋଣଦାତାମାନଙ୍କୁ ଏରିକ୍ସନର ବ୍ୟାଙ୍କ ଖାତାରେ ସିଧାସଳଖ ୨୬୦କୋଟି ଟଙ୍କା ପୈଠ ପାଇଁ ତୁରନ୍ତ ମଞ୍ଜୁରି ଦେବାକୁ ବିରୋଧ କରିଛି ।
ଅରକମ୍‌ ପ୍ରବକ୍ତା କହିଛନ୍ତି ଯେ, ରିଲାଏନ୍ସ କମୁ୍ୟନିକେସନ ସମୂହ ନିଜ ଋଣଦାତାମାନଙ୍କୁ ଆୟକର ରିଟର୍ଣ୍ଣ ବାବଦରୁ ମିଳିଥିବା ପାଖାପାଖି ୨୬୦କୋଟି ଟଙ୍କାକୁ ନିଜ ବ୍ୟାଙ୍କ ଖାତାରୁ ସିଧାସଳଖ ଏରିକ୍ସନକୁ ଜାରି କରିବା ପାଇଁ ଅନୁରୋଧ କରିଛି । କମ୍ପାନୀ ସୁପ୍ରିମକୋର୍ଟରେ ପୂର୍ବରୁ ୧୧୮କୋଟି ଟଙ୍କା ଜମା କରିଛି । ପ୍ରବକ୍ତା ଜଣକ କହିଛନ୍ତି ଯେ, ଏରିକ୍ସନକୁ ପୈଠ କରିବା ପାଇଁ ପାଖାପାଖି ୨୦୦କୋଟି ଟଙ୍କାର ବ୍ୟବସ୍ଥା ନେଇ ଆମେ ଆଶ୍ୱସ୍ତ ଅଛୁ । ଧାର୍ଯ୍ୟ ଅବଧି ମଧ୍ୟରେ ସୁପି୍ରମକୋର୍ଟଙ୍କ ନିଦେ୍ର୍ଦଶ ମୁତାବକ ଏରିକ୍ସନକୁ ବକେୟା ଅର୍ଥ ପୈଠ କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*