ଏମସିଏଲ୍ ମେଡିକାଲ କଲେଜ ପ୍ରତିଷ୍ଠାରେ ବାଧକ ସାଜୁଛନ୍ତି ରାଜ୍ୟ ସରକାର : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ତାଳଚେର

ତାଳଚେର ଠାରେ ଏମସିଏଲ ମେଡିକାଲ କଲେଜ ପ୍ରତିଷ୍ଠାରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି । ମେଡିକାଲ କଲେଜ କରିବାକୁ ହେଲେ ମେଡିକାଲ କାଉନସିଲକୁ ଦରଖାସ୍ତ କରିବାକୁ ପଡେ । ଏଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୂରା ହେବା ଦରକାର । ମାତ୍ର ଆବଶ୍ୟକ ପ୍ରମାଣପତ୍ରରେ ସରକାର ଦସ୍ତଖତ କରିନାହାନ୍ତି । ଏ ନେଇ କେନ୍ଦ୍ର ବାରମ୍ବାର ରାଜ୍ୟକୁ ଅବଗତ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତାଳଚେର ଠାରେ ଏମ୍ସିଏଲ୍ ସହାୟତାରେ ପ୍ରସ୍ତାବିତ ମହାନଦୀ ମେଡିକାଲ କଲେଜ (ଏମ୍ଆଇ୍ଏମ୍ଏସ୍ଆର୍) ଏକାଡେମିକ ବ୍ଲକକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଲୋକାର୍ପଣ କରିବା ସହ ଦୁଇଟି ପ୍ରକଳ୍ପର ଭିତିପ୍ରସ୍ତର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଏହି ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗୁଳ ତାଳଚେର ପ୍ରତି ବୈମାତୃକ ମନୋଭାବ ହିଁ ଦାୟୀ । ମେଡିକାଲ କଲେଜର ବିଲଡିଂ ପାଖାପାଖି ୬ ମାସ ହେବ ପ୍ରସ୍ତୁତ ଅଛି । ଏମସିଆଇକୁ ଦରଖାସ୍ତ କରିବା ପାଇଁ ଯେଉଁ ସାର୍ଟିଫିକେଟ ଦରକାର, ଏହାକୁ ସ୍ୱାସ୍ଥ୍ୟ ବିଭାଗ ପଠାଇ ସାରିବା ପରେ ବି ନବୀନ ବାବୁ ତାଙ୍କ ନିଜ ଦପ୍ତରରେ ଅକ୍ଟୋବର ମାସରୁ ଅଟକାଇ ରଖିଥିବା କାରଣରୁ ଏହି ମେଡିକାଲ କଲେଜ ଆରମ୍ଭ ହେବାର କାମ ଆଗକୁ ବଢିପାରୁନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।
ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପକୁ ଅଟକେଇବାର ରାଜ୍ୟ ସରକାର ଅପଚେଷ୍ଟା କରୁଥିବା ବେଳେ ସେଥିରେ ମଧ୍ୟ ତାଳଚେର ମେଡିକାଲ କଲେଜ ଶିକାର ହୋଇଛି । ଏମସିଏଲର ଅର୍ଥରେ ୫୦୦ କୋଟି ଟଙ୍କାର ସିଏସଆର ଫନ୍ଦରୁ ମେଡିକାଲ କଲେଜ କାମ ସଂପୂର୍ଣ୍ଣ ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଏକ ପତ୍ର ଦେବାକୁ ପଡିବ । ମାତ୍ର ରାଜ୍ୟ ସରକାର କାହିଁକି ତାଳଚେର ଓ ଅନୁଗୁଳ ପ୍ରତି ବୈମାତୃକ ମନୋଭାବ କରୁଛନ୍ତି ଏବଂ ଓଡିଶାର ଗରିବଙ୍କ ପ୍ରତି କାହିଁକି ଦାଉ ସାଜୁଛନ୍ତି ତାହା ମୂଳ ପ୍ରସଙ୍ଗ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାର ବିକାଶ ପାଇଁ ଡିଏମଏଫ ଫନ୍ଦର ବ୍ୟବସ୍ଥା କଲେ । ଓଡିଶାରେ ଡିଏମଏଫରେ ୬ ହଜାର କୋଟି ଟଙ୍କା ଥିବାବେଳେ ଅନୁଗୁଳ ପାଇଁ କେବଳ ୯୦୦ କୋଟି ଟଙ୍କା ଅଛି । ରାଜ୍ୟ ସରକାର ଏହି ଟଙ୍କାରେ ପିଇବା ପାଣି, ପାଠପଢା ଓ ରୋଜଗାର ଓ ଅନ୍ୟାନ୍ୟ ମୌଳିକ ବ୍ୟବସ୍ଥାର ସମାଧାନ କଲେ ନାହିଁ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*