ଏମଜେ ଆକବର ମାନହାନୀ ମାମଲା:ସାମ୍ବାଦିକା ପ୍ରିୟା ରମାନୀଙ୍କୁ ମିଳିଲା ଜାମିନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ମି ଠୁ ଅଭିଯାନ ଅନ୍ତର୍ଗତ ସାମ୍ବାଦିକା ପ୍ରିୟା ରମାନୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମଜେ ଆକବରଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ ଆଣିଥିଲେ । ଏହାପରେ ଆକବର, ରମାନୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ । ଏବେ ଏହି ମାମଲାରେ ରମାନୀଙ୍କୁ କୋର୍ଟ ସୋମବାର ୧୦ହଜାର ଟଙ୍କାର ମୁଚାଲିକା ରାଶି ବିନିମୟରେ ଜାମିନ୍‌ ମଞ୍ଜୁର କରିଥିବା ଜଣାପଡିଛି । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୮ରେ ହେବ । ଇତିମଧ୍ୟରେ ଏହି ମାମଲାରେ ଆକବର ସମେତ ୭ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଛି ।
ପ୍ରକାଶ ଥାଉ କି, ଗତ କିଛି ମାସ ତଳେ ଚାଲିଥିବା ମି ଠୁ ଅଭିଯାନ ଅନ୍ତର୍ଗତ ସାମ୍ବାଦିକା ପ୍ରିୟା ରମାନୀ ଭାଜପା ନେତା ଏମଜେ ଆକବର ୨୦ ବର୍ଷ ତଳେ ତାଙ୍କ ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ । ଏହାପରେ ଆକବରଙ୍କୁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଅବଶ୍ୟ ଏହାପରେ ଆକବର ଉକ୍ତ ଆରୋପକୁ ମିଥ୍ୟା ବୋଲି କହିବା ସହ ଏହା ତାଙ୍କର ସାମାଜିକ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛି ବୋଲି କହିଥିଲେ । ଏନେଇ ଆକବର ରମାନୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ । ଅତିରିକ୍ତ ମଚଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ସମର ବିଶାଳ ଗତ ଅକ୍ଟୋବରରେ ଏହି ମାମଲାରେ ରମାନୀଙ୍କୁ ସମନ୍‌ କରିଥିଲେ । କୋର୍ଟରୁ ଜାମିନ୍‌ ମିଳିବା ପରେ ପ୍ରୀୟା ରମାନୀ ଗଣମାଧ୍ୟମକୁ କହିଥିଲେ ଯେ, ଆସନ୍ତା ଏପ୍ରିଲ ୧୦ରେ ମୋ ବିରୋଧରେ ଚାର୍ଜଫ୍ରେମ ହେବ । ଏହାପରେ ମୁଁ ମୋ ପକ୍ଷ ରଖିବି । ସତ୍ୟ ହିଁ ମୋର ରକ୍ଷା କବଚ ବୋଲି ସେ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*