ଏମଏନ୍‌ଏସ୍‌ ଲଢ଼ିବ ନିର୍ବାଚନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢିବୁ ନାହିଁ ବୋଲି ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)ଘୋଷଣା କରିଥିଲା । ତେବେ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପରେ ସୋମବାର ଦଳ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି ବୋଲି ସୂଚନା ଦେଇଛି ।
ସୋମବାର ମୁମ୍ବାଇରେ ଦଳର ନେତାଙ୍କ ସହ ବୈଠକ ପରେ ଏମଏନ୍‌ଏସ୍‌ ମୁଖିଆ ରାଜ ଠାକରେ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆମେ ନିର୍ବାଚନ ଲଢିବୁ ଏବଂ ଜିତିବୁ ମଧ୍ୟ । ତେବେ ଦଳ କେତୋଟି ଆସନରୁ ଲଢିବ ତାହା ସେ କହିନାହାଁନ୍ତି । ସୂଚନା ଅନୁସାରେ ଏମ୍‌ଏନ୍‌ଏସ୍‌ ପାଖାପାଖି ୧୦୦ଟି ଆସନରୁ ନିର୍ବାଚନ ଲଢିପାରେ । ଖୁବ୍‌ଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ । କାରଣ ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୪ ରହିଛି ।

ରାକପାକୁ ଝଟକା, ଦଳୀୟ ପ୍ରାର୍ଥୀ ଭାଜପାରେ
ବିଧାନସଭା ନିର୍ବାଚନ ପୂର୍ବରୁ ରାକପାକୁ ଲାଗିଛି ବଡ଼ ଝଟକା । ଦଳର ଜଣେ ପ୍ରାର୍ଥୀ ସୋମବାର ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି ।
ନିକଟରେ ରାକପା ସୁପି୍ରମୋ ଦଳରୁ ପ୍ରାର୍ଥୀ ଭାବେ ନମିତା ମୁନ୍ଦଡାଙ୍କ ନାମ ଘୋଷଣା କରିଥିଲେ । ହେଲେ ନମିତା ଭାଜପା ନେତ୍ରୀ ପଙ୍କଜା ମୁନେ୍ଦଙ୍କ ଉପସ୍ଥିତିରେ ସୋମବାର ଭାଜପାରେ ସାମିଲ ହୋଇଛନ୍ତି । ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ତାରିଖ ଅକ୍ଟୋବର ୪ ଥିଲା ବେଳେ ଖୁବ୍‌ଶୀଘ୍ର ରାକପା ନମିତାଙ୍କ ସ୍ଥାନରେ ଆଉ ଜଣେ ପ୍ରାର୍ଥୀ ଘୋଷଣା କରିବ । ସୂଚନା ଅନୁସାରେ ଦଳରୁ ଆଉ କିଛି ପ୍ରାର୍ଥୀ ଭାଜପା ଏବଂ ଶିବସେନା ଟିକଟରୁ ନିର୍ବାଚନ ଲଢିବାର ଲକ୍ଷ୍ୟ ରଖିଛନ୍ତି । ଆଉ ଏହି ଧାରା ଏବେ ରାକପା ମୁଖିଆ ଶରଦ ପାୱାରଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*