ଏବେ ଲତାରେ ସଜେଇହେବ ଭୁବନେଶ୍ୱର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଭୁବନେଶ୍ୱରରେ ପ୍ରାକୃତିକ ସୈାନ୍ଦର୍ଯ୍ୟଭରା କରିବାର ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ । ତେଣୁ ଫ୍ଲାଇ ଓଭର୍ ତଳେ ଶୋଭାପାଇବ ଆଳଂକାରିକ ଓ ଦେଶୀ ଲତା ଗଛ । ଏହା କେବଳ ଯେ ସୌନ୍ଦର୍ଯ୍ୟ ପାଇଁ ଏହା ସହାୟକ ହେବ ନାହିଁ, ବରଂ ମୃତିକା କ୍ଷରଣ କୁ ରୋକିବା ଏବଂ ଜଙ୍ଗଲି ଘାସ ଇତ୍ୟାଦିକୁ ବଢ଼ିବାକୁ ନଦେବାରେ ଲତାରୋପଣ କରିବାରେ ସହାୟକ ହେବ । ପ୍ରକୃତି ଅନୁଯାୟୀ ଲତାଗୁଡିକ ଶୀଘ୍ର ବଢ଼ିଥାନ୍ତି ଏବଂ ବଢ଼ିବାପାଇଁ କମ୍ ଭୁପୃଷ୍ଠର ଆବଶ୍ୟକତାଥାଏ । ତେଣୁ ଫୁଲ ନଥିବା ଗଛରେ ଏହା ମାଡିଚାଲିଲେ ଓ ଖୁବ୍ ସୁନ୍ଦର ଦେଖାଯାଇଥାଏ । ପ୍ରାଥମିକଭାବେ ଏହି ପ୍ରକଳ୍ପ ୧୧ଟି ପାର୍କରେ ହେବ, ଯେଉଁଥିରେକି ୫ଟି ସିଟି ପାର୍କ ଏବଂ ୬ଟି କଲୋନି ପାର୍କ ଅର୍ନ୍ତଭୁକ୍ତ ପରେ ପରେ ଅନ୍ୟ ପାର୍କକୁ ଏହିଭଳି କରାଯିବ ବୋଲି ବିଡ଼ିଏ ପକ୍ଷରୁ କୁହାଯାଇଛି । ରାସ୍ତାକଡରେ ଥିବା ଗଛରେ ଲତାବଢ଼ିବାପାଇଁ ଏବଂ ବିଶେଷକରି ଶୀତଋତୁରେ ବଢ଼ୁଥିବା ଲତାକୁ ଗୁରୁତ୍ୱଦେବେ ବିଡ଼ିଏ ବରିଷ୍ଠ କର୍ତୃପକ୍ଷ । ତେବେ ବିଡିଏ ଏବଂ ବିଏମ୍ସିର ହର୍ଟିକଲ୍ଚରିଷ୍ଟ୍ ଓ ଲ୍ୟାନ୍ଦ୍ସ୍କେପ୍ ଏକ୍ସ୍ପର୍ଟ୍ମାନେ କହିଛନ୍ତି ଯେ, କେବଳ ପାର୍କର ଏବଂ ରାସ୍ତାକଡର ଝଙ୍କାଳିଆ ଗଛ ଯାହା ଫୁଲଶୁନ୍ୟ ସେଗୁଡିକୁ ପ୍ରକୃତିର ରୂପ ଦେବା ପାଇଁ ଏବଂ ସହରର ପ୍ରକୃତିକୁ ଅଧିକ ସୁନ୍ଦର ଓ ସ୍ମାର୍ଟ୍ କରିବାପାଇଁ ଏହି ପ୍ରକାରର ପଦକ୍ଷେପ ନିଆଯାଇଛି । ଏହା ସଫଳତା ହୋଇସାରିବା ପରେ ଅନ୍ୟ ସହରକୁ ଏହିପରି କରାଯିବ ବୋଲି ଭୁବନେଶ୍ୱର ଉନ୍ୟନ ପରିଷଦର ବରିଷ୍ଠ ଅଧିକାରୀ ମାନେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*