ଏଫ-୧୬ ବିମାନ ବ୍ୟବହାରକୁ ନେଇ ଅଡୁଆରେ ପାକିସ୍ତାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ୱାଶିଂଟନ
ଭାରତ ବିରୋଧରେ ଏଫ-୧୬ ଲଢୁଆ ବିମାନ ବ୍ୟବହାର ନେଇ ପାକିସ୍ତାନ ଫଶିଯାଇଛି । ଭାରତ ଗୁରୁବାର ଆମେରିକାଠାରୁ କିଣାଯାଇଥିବା ପାକିସ୍ତାନର ଲଢୁଆ ବିମାନ ଏଫ-୧୬ ରୁ ହିଁ ଆମ୍ରମ ମିସାଇଲ୍‌ ଛଡାଯାଇଥିବାର ପ୍ରମାଣ ଦେଖାଇବା ଏବଂ ଏହି ତଥ୍ୟକୁ ଆମେରିକା ସହ ସେୟାର କରିବା ପରେ ପାକିସ୍ତାନ ପାଇଁ ସମସ୍ୟା ବଢିଯାଇଛି । ଭାରତର ଆତଙ୍କୀ ନିପାତ କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଏଫ-୧୬ ଲଢୁଆ ବିମାନ ସାହାଯ୍ୟରେ ଭାରତୀୟ ସେନା ଶିବିରି ଉପରେ ଆକ୍ରମଣ କରି ଥିଲା । ଏପରି କରି ଏହା ଉକ୍ତ ବିମାନ କ୍ରୟ ବେଳେ ଆମେରିକା ସହ କରିଥିବା ‘ଏନ୍ଦ ୟୁଜର’ ଚୁକ୍ତିର ଉଲଂଘନ କରିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ୱାଶିଂଟନ୍‌ ଏନେଇ ରିପୋର୍ଟ ପ୍ରଦାନ କରିବାକୁ ଇସଲାମାବାଦକୁ ନିଦେ୍ର୍ଦଶ ଦେଇଛି । “ପାକିସ୍ତାନ ଏନ୍ଦ ୟୁଜର ଚୁକ୍ତିିର ଉଲଂଘନ କରିଥିବା ରିପୋର୍ଟ ବିଷୟରେ ଆମେ ଅବଗତ ଅଛୁ ଏବଂ ଏବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛୁ” ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି । ପ୍ରତିରକ୍ଷା ବିକ୍ରୟ ବାବଦରେ ସୂଚନା ଗୁପ୍ତ ରହୁଥିବାରୁ ଏନ୍ଦ ୟୁଜର ଚୁକ୍ତିର କ’ଣ କ’ଣ ନିୟମ ରହିଛି ସେବାବଦରେ ସୂଚନା ଦିଆଯାଇପାରିବ ନାହିଁ ବୋଲି ପ୍ରତିରକ୍ଷା ବିଭାଗର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ କୋନେ ଫଲକନର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପେଣ୍ଟାଗନର ଡିଫେନ୍ସ ସିକୁ୍ୟରିଟୀ ଆନ୍ଦ କର୍ପୋରେସନ(ଡିଏସସିଏ) ଅନୁଯାୟୀ, ଏଫ-୧୬ ବିମାନ ଆତଙ୍କବାଦ ନିରୋଧକ ଅଭିଯାନରେ ପାକିସ୍ତାନର କ୍ଷମତା ବୃଦ୍ଧି କରିବାକୁ ରହିଛି । ଆମେରିକା ଏଫ-୧୬ ବିମାନର ବ୍ୟବହାର ନେଇ ପାକିସ୍ତାନ ଉପରେ ଅନୂ୍ୟନ ୧୨ଟି କଟକଣା ଲଗାଇଛି । ଏହି କଟକଣାଗୁଡିକ କଣ ତାହା ଜଣାପଡିନାହିଁ । ପରୋକ୍ଷ ସୂତ୍ରରୁ କୌଣସି ତୃତୀୟ ରାଷ୍ଟ୍ର ବିରୋଧରେ ଯଦି ପାକିସ୍ତାନ୍‌ ଏଫ-୧୬ ବିମାନକୁ ବ୍ୟବହାର କରେ, ତେବେ ଏଥିପାଇଁ ପାକିସ୍ତାନକୁ ଆମେରିକାର ଅନୁମତି ନେବାକୁ ପଡିବ ବୋଲି ଆମେରିକା ଉକ୍ତ ବିମାନକୁ ପାକିସ୍ତାନକୁ ବିକ୍ରୟବେଳେ ସର୍ତ୍ତ ରଖିଥିବା ଜଣାପଡିଛି । ଆଉ ଏହି ସର୍ତ୍ତକୁ ପାକିସ୍ତାନ ଗତ ବୁଧବାର ଲଏଫ-୧୬ ସାହାଯ୍ୟରେ ଭାରତର ସେନା ଶିବିର ଉପରେ ଆକ୍ରମଣ କରି ଉଲଂଘନ କରିଛି । ଏହି କାରଣରୁ ପାକିସ୍ତାନ ଏଫ-୧୬ ବିମାନ ସାହାଯ୍ୟରେ କୌଣସି ଆକ୍ରମଣ କରାଯାଇନାହିଁ ବୋଲି କହିଥିଲା । ହେଲେ ପାକିସ୍ତାନର ଏପ୍ରକାର ବୟାନକୁ ଭାରତୀୟ ସେନା ଖାରଜ କରିବା ସହ ଉକ୍ତ ବିମାନରୁ ଛଡାଯାଇଥିବା ଆମ୍ରମ ମିସାଇଲର ଭଗ୍ନାବଶେଷକୁ ସାର୍ବଜନୀନ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*