ଏଣିକି ଆଧାର ବାଧ୍ୟତାମୂଳକ, ଧରାପଡ଼ିବେ ଜାଲ୍‌ ହିତାଧିକାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାକୁ ଆଧାର ସହ ଯୋଡା ଯିବା ପାଇଁ ସର୍ବୋଚ୍ଚ ଅଦାଲତ ଦେଇଥିବା ନିଦେ୍ର୍ଦଶକୁ କେନ୍ଦ୍ର ଓ ରାଜ୍ୟ ସରମାନେ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ସରକାରଙ୍କ ୧୦ଟି ଯୋଜନାରେ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇନଥିବାରୁ ଏହାକୁ ନେଇ ତୀବ୍ର ବିରୋଧ ହୋଇଆସୁଥିଲା । କେନ୍ଦ୍ର ସରକାର ଏନେଇ ଗାଇଡ ଲାଇନ ଜାରି କରିବା ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ଏନେଇ ସମସ୍ତଙ୍କ ବିଭାଗୀୟ ସଚିବଙ୍କୁ ସରକାରୀ ଯୋଜନାରେ ଆଧାର ସଂଯୋଗ ବାଧ୍ୟତାମୂଳକ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ କେନ୍ଦ୍ର ସରକାର ସମସ୍ତ ଯୋଜନାକୁ ଆଧାର ଅନ୍ତର୍ଭୁକ୍ତ ସ୍ୱଚ୍ଛତା ବଜାୟ ରହିବ ବୋଲି ରାୟ ଦେଇଥିଲେ । କେନ୍ଦ୍ର ସରକାର ଏହି ନିଦେ୍ର୍ଦଶ ଅନୁସାରେ ସମସ୍ତ ସରକାରୀ ଯୋଜନାର ହିତାଧିକାରୀଙ୍କ ଆଧାର ସଂଯୋଗ କରିବାକୁ ଗାଇଡ ଲାଇନ ଜାରି କରିଛନ୍ତି । ମଧୁବାବୁ ପେନସନ୍‌ ଯୋଜନାଠାରୁ ଆରମ୍ଭ କରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୋଟ ୪୪ଟି ଯୋଜନାକୁ ଏଣିକି ଆଧାର ସଂଯୁକ୍ତ କରିବାକୁ ପଡ଼ିବ । କାଳିଆ ଭଳି ପାଖାପାଖି ୧୦ଗୋଟି ଯୋଜନାରେ ରାଜ୍ୟ ସରକାର ଆଧାରକୁ ବାଧ୍ୟତାମୂଳକ କରିନଥିଲେ । ଇତିମଧ୍ୟରେ କେନ୍ଦ୍ରୀୟ ନିଦେ୍ର୍ଦଶ ଅନୁସାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ଯୋଡିବା ପାଇଁ ହିତାଧିକାରୀଙ୍କୁ ବାଧ୍ୟତାମୂଳକ କରାଯାଇଥିଲା । ଏହା ଲାଗୁ ହେବା ପରେ ରାଜ୍ୟରେ ଲକ୍ଷାଧିକ ଜାଲ୍‌ ହିତାଧିକାରୀ ଧରାପଡ଼ିଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଦେଉଥିବାବେଳେ ରାଜ୍ୟ ସରକାର ଏହାକୁ ବାଟମାରଣା କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି । ବିଧାୟକ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରୀୟ ଯୋଜନାକୁ କପି କରି ଦଳୀୟ ଲୋକଙ୍କୁ ସୁବିଧା ଦେଉଥିବାରୁ ରାଜ୍ୟ ସରକାର ଆଧାର ସଂଯୋଗ କରୁନଥିଲେ । ଏହା ଲାଗୁ ହେବାପରେ ରାଜ୍ୟରେ ଆହୁରି ଲକ୍ଷାଧିକ ଜାଲ୍‌ ହିତାଧିକାରୀ ଚିହ୍ନଟ ହୋଇଯିବେ । ଏହି ପକ୍ରିୟା ଶେଷ ହେଲେ ଶାସକ ଦଳରୁ ସର୍ବାଧିକ ଜାଲ୍‌ ହିତାଧିକାରୀ ବାହାରିବେ ବୋଲି ମୁକେଶ କହିଛନ୍ତି । ଆଧାର ସଂଯୋଗ ବିଳମ୍ବିତ ଘଟଣାକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କ ଦଳୀୟ ପ୍ରୀତିର ଅଭିଯୋଗ ଆଣିଛନ୍ତି ଜୟଦେବ ଜେନା । କଂଗ୍ରେସ ଏନେଇ ପୂର୍ବରୁ ସତର୍କ କରାଇଥିଲା । ଦଳୀୟ ଲୋକଙ୍କୁ ସମସ୍ତ ସରକାରୀ ଯୋଜନାର ଫାଇଦା ଦିଆଯାଉଥିବାବେଳେ ଅଯୋଗ୍ୟ ବ୍ୟକ୍ତିମାନେ ସର୍ବାଧିକ ଉପକୃତ ହେଉଥିଲେ । ସରକାରୀ ଯୋଜନାରେ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇଗଲେ ବିଜଦର ଅସଲ ମୁଖା ଖୋଲିଯିବ ବୋଲି ଜୟଦେବ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*