ଏଟିପି ର୍ୟାଙ୍କିଙ୍ଗ: ୬୮ତମ ସ୍ଥାନରେ ଜୀବନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ପ୍ୟାରିସ୍‌

ଦୁବାଇ ଏଟିପି ଟେନିସ୍‌ ପ୍ରତିଯୋଗିତାର ଡବଲ୍ସ ସେମି ଫାଇନାଲକୁ ଉଠିଥିବା ଭାରତର ଜୀବନ ନେନ୍ଦୁଚେରିଆନ୍‌ କ୍ୟାରିୟରର ସର୍ବଶ୍ରେଷ୍ଠ ର୍ୟାଙ୍କିଙ୍ଗରେ ପହଞ୍ଚିଛନ୍ତି । ସେ ବିଶ୍ୱ ଡବଲ୍ସ ର୍ୟାଙ୍କିଙ୍ଗରେ ଅଛନ୍ତି ୬୮ତମ ସ୍ଥାନରେ । ଏବେ ଦେଶର ୧ ନଂ ଡବଲ୍ସ ଖେଳାଳି ହୋଇ ରହିଛନ୍ତି ରୋହନ ବୋପାନ୍ନା । ସେ ୩୮ତମ ସ୍ଥାନରେ ଥିଲା ବେଳେ ତାଙ୍କ ଯୋଡ଼ିଦାର ଶରଣ ୪୦ତମ ସ୍ଥାନରେ ଅଛନ୍ତି । ତେବେ ଅଭିଜ୍ଞ ଲିଆନ୍ଦର ପେସ୍‌ ୨୩ ପାଦ ଖସିଯାଇ ଅଛନ୍ତି ୯୬ତମ ସ୍ଥାନରେ । ଭାରତର ସିଙ୍ଗଲ୍ସ ଖେଳାଳିମାନଙ୍କ ଭିତରେ ୯୭ତମ ସ୍ଥାନରେ ରହି ଦେଶର ୧ ନଂ ଖେଳାଳି ହୋଇଛନ୍ତି ପ୍ରଞ୍ଜେସ ଗୁଣେଶ୍ୱରନ୍‌ । ରାମକୁମାର ରାମାନାଥାନ୍‌ ୧୩୬, ୟୁକି ଭାମ୍ବ୍ରି ୧୭୧ ଏବଂ ସାକେତ ୨୪୬ତମ ସ୍ଥାନରେ ଅଛନ୍ତି ।
ଚତୁର୍ଥରେ ଫେଡେରର୍‌
ଦୁବାଇ ଠାରେ ନିଜ ୧୦୦ତମ ଏଟିପି ଟାଇଟଲ ରୋଜର ଫେଡେରର ହାସଲ କରିବା ତାଙ୍କୁ ବଡ଼ ଫାଇଦା ଦେଇଛି । କାରଣ ସୋମବାର ଦିନ ପ୍ରକାଶ ପାଇଥିବା ସଦ୍ୟ ଏଟିପି ତାଲିକାରେ ସେ ୩ ପାଦ ଉପରକୁ ଉଠି ୪ର୍ଥ ସ୍ଥାନରେ ଅଛନ୍ତି । ଫେଡେରରଙ୍କ ପାଖରୁ ଦୁବାଇଠାରେ ଫାଇନାଲରେ ହାରିଥିବା ଗ୍ରୀସ୍‌ର ଷ୍ଟେଫାନୋସ୍‌ ଟପ୍‌ ୧୦ରେ ପ୍ରବେଶ କରି ଅଛନ୍ତି ୧୦ମ ସ୍ଥାନରେ । ତେବେ ପୁରୁଷ ବର୍ଗରେ ସବୁଠାରୁ ଅଧିକ ଲମ୍ଫ ଦେଇଛନ୍ତି ଅେ୍େ‌ଟ୍ରଲିଆର ନିକ୍‌ । ସେ ୩୯ ପାଦ ଡେଇଁ ଏବେ ପହଞ୍ଚିଛନ୍ତି ୩୩ ନଂରେ । ପୁରୁଷ ବର୍ଗରେ ୧ ନଂ ସ୍ଥାନରେ ଅଛନ୍ତି ନୋଭାକ୍‌ ଜୋକଭିକ୍‌, ଦ୍ୱିତୀୟରେ ରାଫେଲ ନାଦାଲ, ୩ରେ ଜେଭେରେଭ୍‌ ଏବଂ ୫ମ ସ୍ଥାନରେ ଅଛନ୍ତି ଡେଲ୍‌ ପୋଟ୍ରୋ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*