ଏଟିଏମରୁ ଚୋରି ଉଦ୍ୟମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
ଧାମନଗର

ଧାମନଗର ବ୍ଲକ ଦୋବଲ ବଜାର ଠାରେ ଥିବା ଟାଟା ଇନ୍ଦିକ୍ୟାସ ଏଟିଏମରୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି । ଦୁର୍ବତ୍ତମାନେ ପ୍ରଥମେ ଏଟିଏମରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ରଙ୍ଗ ବୋଳି ଦେଇଥିଲେ । ପରେ ଗ୍ୟାସ କଟର ସହାୟତାରେ ମେସିନକୁ କାଟିବାକୁ ଉଦ୍ୟମ କରିଥିଲେ ମଧ୍ୟ ମେସିନର ଲକରକୁ ଭଙ୍ଗି ପାରିନଥିଲେ । ଯାହାଦ୍ୱାରା ଦୁର୍ବତମାନେ ଏଟିଏମରୁ ଟଙ୍କା ନେଇ ପାରିନଥିଲେ । ଖବରପାଇ ଧାମନଗର ପୁଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଅଦ୍ୟାବଧି ଏଟିଏମ କର୍ତ୍ତୃପକ୍ଷ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି ।
ସୂଚନା ଥାଉକି ନିୟମ ଅନୁଯାୟୀ ଏଟିଏମରେ ସିକୁ୍ୟରିଟ ରଖିବା ଓ ରାତି ୧୦ଟା ପରେ ଏଟିଏମ ବନ୍ଦ କରିବା ଆଦି କରାଯାଉନଥିବାରୁ ବରମ୍ବାର ଏପରି ଏଟିଏମରୁ ଲୁଟ ଉଦ୍ୟମ ହେଉଛି । ପୁଲିସର ରାତ୍ରକାଳି ପେଟ୍ରୋଲିଂକୁ କଡାକଡି କରିବାକୁ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*