ଏକ ନିଆରା କଥା ପ୍ରଶ୍ନକାଳରେ ସବୁ ପ୍ରଶ୍ନ ଲୋକସଭାରେ ଉଠାଗଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ
ବୁଧବାର ଦିନ ଲୋକସଭାରେ ଏକ ନିଆରା ସଫଳତା ହାସଲ ହୋଇଛି । ପ୍ରଶ୍ନକାଳରେ ତାଲିକାଭୁକ୍ତ ୨୦ଟି ଯାକ ପ୍ରଶ୍ନକୁ ନେବାକୁ ସକ୍ଷମ ହୋଇଥିଲା ଗୃହ । ନିକଟ ଅତୀତରେ ଏହା ଏକ ରେକର୍ଡ ବୋଲି ମତ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ମୁଁ ସମସ୍ତ ସଦସ୍ୟ ଏବଂ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଉଛି । ସମସ୍ତଙ୍କ ସହଯୋଗ ଫଳରେ ଆମେ ସବୁତକ ଅର୍ଥାତ୍‌ ୨୦ଟି ଯାକ ପ୍ରଶ୍ନ ଗ୍ରହଣ କରିପାରିଲୁ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ଲୋକସଭାର ପ୍ରଥମ ଘଣ୍ଟା ପ୍ରଶ୍ନକାଳ ଭାବେ ଗ୍ରହଣ କରାଯାଇଥାଏ । ଯେଉଁଥିରେ ସଦସ୍ୟମାନେ ମନ୍ତ୍ରୀମାନଙ୍କୁ ସିଧାସଳଖ ପ୍ରଶ୍ନ କରିବାର ସୁଯୋଗ ପାଇଥାଆନ୍ତି । ହେଲେ ପ୍ରାୟତଃ ସମୟସୀମା କାରଣରୁ ତାଲିକାଭୁକ୍ତ ହୋଇଥିବା ସବୁ ପ୍ରଶ୍ନ ଗ୍ରହଣ କରାଯାଇପାରିନଥାଏ । ହେଲେ ବୁଧବାର ଦିନ ତାଲିକାଭୁକ୍ତ ହୋଇଥିବା ସମସ୍ତ ୨୦ଟି ଯାକ ମୌଖିକ ପ୍ରଶ୍ନ ଗ୍ରହଣ କରାଯାଇପାରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*