ଏକ୍ସପ୍ରେସନ୍ସ-୧୯ ଉଦ୍‌ଯାପିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପୂର୍ବ ଭାରତର ସର୍ବବୃହତ ସାଂସ୍କୃତିକ – ପ୍ରବନ୍ଧନ ଉତ୍ସବ ଏକ୍ସପ୍ରେସନ୍ସ-୧୯ ଉଦ୍‌ଯାପିତ ହୋଇଯାଇଛି । ଉତ୍ସବରେ ତୃତୀୟ ତଥା ଶେଷ ଦିନ ଘଟଣାବହୁଳ ରହିଥିଲା ।
ରାଷ୍ଟ୍ରୀୟସ୍ତରର ଦୃଶ୍ୟାନୁଶୀଳ ପ୍ରତିଯୋଗିତା ‘ଜ୍ୟାକ୍‌ ଅଫ୍‌ ଅଲଟ୍ରେଡସ୍‌’ରେ ଟିମ୍‌ ‘ମାଷ୍ଟର ଅଫ୍‌ ନନ୍‌’ ବିଜୟୀ ତଥା ଟିମ୍‌ ‘ଟ୍ରେଡ୍‌ ଟେମ୍ପେଷ୍ଟ ରନର୍ସଅପ୍‌ ହୋଇଥିଲେ ।
ସର୍ଟ ଫିଲ୍ମ ନିର୍ମାଣ ପ୍ରତିଯୋଗିତା ‘ଫାଇନାଲ କଟ’ରେ ଫିଲ୍ମ ‘ଅପ ଟୁ ୟୁ’ ବିଜୟୀ ହୋଇଥିଲା ତଥା ‘କସଦାରୁ’ ଆଲୋଚକଙ୍କ ପସନ୍ଦ ସମ୍ମାନରେ ସମ୍ମାନିତ ହୋଇଥିଲା । ନୃତ୍ୟ ପ୍ରତିଯୋଗିତା ଥିରକନ୍‌ରେ ଏକକ ନୃତ୍ୟ ବିଭାଗରେ ଦେବଜ୍ୟୋତି ଗୋସ୍ୱାମୀ ଏବଂ ଗ୍ରୁପ୍‌ ଡ୍ୟାନ୍ସରେ ‘ଭଗରକ୍ସ କି୍ରଉ’ ବିଜୟୀ ହୋଇଥିଲା ତଥା ‘ଡାନ୍‌ଜା ଗ୍ରୁପ’ ରନର୍ସ ଅପ୍‌ ହୋଇଥିଲା । ପେଣ୍ଟ ଆଟ୍‌ ଏକ୍ସଆଇଏମ୍‌ବିରେ ସିନିୟର ବିଭାଗରେ ଦିବ୍ୟବୀଣା ହୋତା ବିଜୟୀ ତଥା ବୈଷ୍ଣବୀ ଠାକୁର ରନର୍ସଅପ୍‌ ଏବଂ ଜୁନିୟର ବିଭାଗରେ ହିମାଂଶୁ ଶେଖର ସାହୁ ବିଜୟୀ ତଥା ଆର୍ଯ୍ୟା ପାଣିଗ୍ରାହୀ ରନର୍ସଅପ୍‌ ହୋଇଥିଲେ । ‘ଆଡ ଭାଲୋରମ୍‌’ରେ ଟିମ୍‌ ଡାଇଭା ଡ୍ରାଇଭ ବିଜୟୀ ତଥା ଟିମ୍‌ ଇନଭିନସିବଲସ ରନର୍ସଅପ୍‌ ହୋଇଥିଲେ । ଏମ ପାୱାରରେ ଟିମ୍‌ ଭାଇକିଙ୍ଗ୍‌ସ ବିଜୟୀ ତଥା ଟିମ୍‌ ପି-୧୦ ରନର୍ସଅପ୍‌ ହୋଇଥିଲେ । ଇନକ୍ୱିଜିଟ୍‌ରେ ଟିମ୍‌ ଟଲ ଡାର୍କ ହ୍ୟାନ୍ଦସମ୍‌ ବିଜୟୀ ଏବଂ ଟିମ୍‌ ନୋନେମ୍‌ ରନର୍ସଅପ୍‌ ହୋଇଥିଲେ । ଶେଷରେ ରାତିରେ ମିକା ସିଂ ସେଲିବ୍ଲିଜ୍‌ ନାଇଟ୍‌ରେ ସଂଗୀତ ପରିବେଷଣ କରିଥିଲେ । ଏଥିସହିତ ଏକ୍ସପ୍ରେସନ୍ସ-୨୦୧୯ ସମାପ୍ତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*