ଏକାଠି ଅଭ୍ୟାସ କରୁଛନ୍ତି ଦୁଇ ପେସର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ମହାମାରୀ ବିପତ୍ତି ଟଳିନାହିଁ । ହେଲେ ତା’ ଭିତରେ ବି ଜୀବନ ପ୍ରବାହମାନ । ଆଗକୁ ଅଛି ଚ୍ୟାଲେଞ୍ଜ । କର୍ତ୍ତବ୍ୟର ଆହ୍ୱାନକୁ ବୁଝି ଭାରତୀୟ ଦଳର ଦୁଇ ପ୍ରମୁଖ ପେସ୍‌ ବୋଲର ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମା ଏକାଠି ଆରମ୍ଭ କରିଛନ୍ତି ଅଭ୍ୟାସ । ଅଷ୍ଟ୍ରେଲିଆ ସିରିଜ୍‌କୁ ଫୋକସ୍‌ କରି ଦୁହେଁ ନିୟମ ପାଳନ ପୂର୍ବକ କରୁଛନ୍ତି ଏଠାରେ ଅଭ୍ୟାସ । ଦୁଇ ପେସ୍‌ ବୋଲର ନେଟ୍ସରେ ବୋଲିଂ ସହ ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଟିମ୍‌ ଇନ୍ଦିଆର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରୁ ମହମ୍ମଦ ସାମି, ଚେତେଶ୍ୱର ପୂଜାରା ଏବଂ ଋଷଭ ପନ୍ଥ ବି ଆଉଟ୍‌ଡୋର ଅଭ୍ୟାସ ଆରମ୍ଭ କରିସାରିଲେଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*