ଏକଦିବସୀୟ ରେଙ୍କିଙ୍ଗ: ଟପ୍‌ରେ ବୁମରା ଓ ବିରାଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଆଇସିସି ପକ୍ଷରୁ ମଙ୍ଗଳବାର ଦିନ ଏକଦିବସୀୟ ବିଶ୍ୱ ର୍ୟାଙ୍କିଙ୍ଗ ପ୍ରକାଶ କରାଯାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପେସ୍‌ ବୋଲର ଯଶପ୍ରୀତ ବୁମରା ବ୍ୟାଟ୍ସମ୍ୟାନ୍‌ ତଥା ବୋଲର ବର୍ଗର ଟପ୍‌ ସ୍ଥାନ ବଜାୟ ରଖିଛନ୍ତି । ୮୯୫ ପଏଣ୍ଟ ସହ ବିରାଟ ବଡ଼ ଦମ୍ଭର ସହ ଉପରେ ଅଛନ୍ତି । ବ୍ୟାଟିଂ ତାଲିକାରେ ବିରାଟଙ୍କ ତଳକୁ ଅଛନ୍ତି ରୋହିତ ଶର୍ମା । ବୋଲରଙ୍କ ତାଲିକାରେ ୭୯୭ ପଏଣ୍ଟ ସହ ବୁମରା ଏକ ନମ୍ବର ବନିରହିଛନ୍ତି । ତାଙ୍କ ତଳକୁ ନୁ୍ୟଜିଲାନ୍ଦର ଟ୍ରେଣ୍ଟ ବୋଲ୍ଟ ରହିଛନ୍ତି । ଅଲରାଉନ୍ଦର ମାନଙ୍କ ତାଲିକାରେ ଇଂଲନ୍ଦର ବେନ ଷ୍ଟୋକ୍ସ ସଭା ଉପରେ ଅଛନ୍ତି । ଏହି ବର୍ଗର ଟପ୍‌-୧୦ ଭିତରେ ଏକମାତ୍ର ଭାରତୀୟ ଭାବେ ରହିଛନ୍ତି ହାର୍ଦ୍ଦିକ ପାନ୍ଦିଆ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*