ଏକତରଫା ପ୍ରେମ : ପ୍ରେମିକାକୁ ହାଣିଲେ, ନିଜ ପେଟରେ ଭୂଜାଲି ଭୁଶିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ରସୁଲପୁର
ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବଣିଆ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ସାହିର ନଇବଢିଆ ଓରଫ ବଳରାମ ସାହୁଙ୍କ ପୁଅ ଘନ ଓରଫ ଗଣେଶ୍ୱର(୨୪) ଉନ୍ମତ୍ତକାନ୍ଦ ଭିଆଇଛି । ଘନ ଭିଆଇଥିବା କାନ୍ଦରେ ବ୍ରାହ୍ମଣୀ ନଦୀ ଗାଧୁଆ ତୁଠକୁ ରକ୍ତରଞ୍ଜିତ ହୋଇଛି । ଯୁବକର ଏକତରଫା ପ୍ରେମରୁ ଏଭଳି କାନ୍ଦ ଘଟିଛି । ପ୍ରେମ ପାଗଳ ଯୁବକର ଭୂଜାଲି ଆକ୍ରମଣରେ ଯୁବତୀ ମୃତୁ୍ୟ ସହ ସଂଗ୍ରାମ କରୁଛି । ଯୁବତୀକୁ ହାଣିବା ପରେ ଯୁବକ ନିଜ ପଟରେ ଭୁଜାଲି ଭୁଶି ଆତ୍ମହତ୍ୟା କରୁବାକୁ ଉଦ୍ୟମ କରି ଜୀବନ ସହ ସଂଗ୍ରାମ କରୁଛି । ଏହି ଘଟଣା ସମଗ୍ର ଯାଜପୁର ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଯେ ସୋମବାର ସକାଳ ସାଢେ ୮ଟା ସମୟରେ ବଣିଆ ସାହିର ଜନୈକ ୧୯ବର୍ଷିୟା ଯୁବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଯୁବତୀକୁ ପିଛାକରି ଯୁବକ ଗାଧୁଆତୁଠରେ ପହଁଚି ଯାଇଥିଲେ । ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହୋଇଥିବା ଯୁବକ ଜଣକ ମାମଲାକୁ ରଫାଦଫା କରିବାକୁ ମନରେ ସ୍ଥିର କରି ଘଟଣାସ୍ଥଳରେ ପହଁଚି ଯାଇଥିଲା । ପୂର୍ବଭଳି ଯୁବତୀକୁ ବିବାହ କରିବା ପାଇଁ ପ୍ରସ୍ଥାବ ଦେଇଥିଲା । ଯୁବତୀ ଖୋଲାଖୋଲି ଭାବରେ ଘନର ପ୍ରସ୍ଥାବକୁ ପ୍ରତ୍ୟାଖାନ କରିଥିଲା । ଏଥିରେ ରାଗି ଯାଇ ଯୁବକ ସାଙ୍ଗରେ ଆଣିଥିବା ଏକ ଧାରୁଆ ଅସ୍ତ୍ର(ଭୁଜାଲି)ରେ ଯୁବତୀକୁ ମରାଣାତ୍ମକ ଆକ୍ରମଣ କରିଥିଲା । ଯୁବକର ଭୂଜାଲି ଚୋଟରେ ଯୁବତୀର କାନ୍ଧ ଓ ପିଠି ପ୍ରଭୃତି ସ୍ଥାନରେ ଗଭୀର କ୍ଷତ ଲାଗିଛି । ଏଥିସହ ସେ ଭୂଜାଲିକୁ ନିଜ ପେଟରେ ଭୁଶି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଫଳରେ ଉଭୟ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ଗାଧୁଆ ତୁଠ ନିକଟରେ ପଡି ରହିଥିଲେ । ଏ ସଂପର୍କରେ ଖବରପାଇ ଯୁବତୀ ଘରଲୋକେ ଘଟଣାସ୍ଥଳର୍ୁ ଗୁରୁତର ଝିଅକୁ ଉଦ୍ଧାରକରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରୁ ଯୁବକକୁ ଉଦ୍ଧାରକରି ସେହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲା । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିଛନ୍ତି । ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି । ଘଟଣା ସଂପର୍କରେ ଯୁବତୀର ମା’ ସୋମବାର ଅପରାହ୍ନରେ ବ୍ରହ୍ମବରଦା ଫାନ୍ଦିରେ ଅଭିଯୋଗ କରିଛି । ଏ ନେଇ ଧର୍ମଶାଳା ଥାନାରେ କେସ୍ ନଂ-୭୭/୧୯ରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ମୁତାବକ ଫାନ୍ଦି ଅଧିକାରୀ ସୁରେନ୍ଦ୍ର କୁମାର ରଥ ମାମାଲର ତଦନ୍ତ କରୁଛନ୍ତି । ଅପରପକ୍ଷରେ ଯୁବକର ମା’ ପୁଅ ଓ ଝିଅଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ସେମାନଙ୍କ ମଧ୍ୟରେ ବିବାହ ହୋଇଥାଆନ୍ତା ବୋଲି ପ୍ରକାଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*