ଏଏଫ୍‌ସି ମହିଳା ପ୍ଲେୟାର ଅଫ୍‌ ଦି ଇୟର ତାଲିକାରେ ଆଶାଲତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଭାରତୀୟ ମହିଳା ଫୁଟବଲ ଦଳର ପ୍ରମୁଖ ତାରକା ଆଶାଲତା ଦେବୀଙ୍କ ପାଇଁ ଆସିଛି ବିଶେଷ ସମ୍ମାନ । ଏସିଆନ୍‌ ଫୁଟବଲ ମହାସଂଘ ବର୍ଷକର ଶ୍ରେଷ୍ଠ ମହିଳା ଖେଳାଳି ବାଛିବା ଧାରା ଆରମ୍ଭ କରିଛି । ଏଥିପାଇଁ ସର୍ଟଲିଷ୍ଟ ହୋଇଥିବା ଖେଳାଳିମାନଙ୍କ ତାଲିକା ଶୁକ୍ରବାର ଜାରି କରାଯାଇଛି । ଏଥିରେ ଆଶାଲତା ଦେବୀଙ୍କର ରହିଛି ନାଁ । ସେ ଚୀନ୍‌ର ଲି ୟିଙ୍ଗ ଏବଂ ଜାପାନର ସାକିଙ୍କ ସହ ଏହି ପୁରସ୍କାର ପାଇବା ପାଇଁ ଲଢ଼େଇ କରିବେ । ଆଶାଲତାଙ୍କ ଲାଗି ୨୦୧୯ ଅତ୍ୟନ୍ତ ସଫଳ ରହିଛି । ତାଙ୍କ ପ୍ରୟାସରେ ଭାରତ ସାଫ୍‌ ମହିଳା ଟାଇଟଲ ହାସଲ କରିଥିଲା ଏବଂ ୨୦୨୦ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉନ୍ଦକୁ ଉର୍ଣ୍ଣିତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*