ଏଏନଏମ ଟ୍ରେନିଂ ପାଇଁ କାଉନସେଲିଂକୁ ବିରୋଧ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘର ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ବାଲେଶ୍ୱର

ଅବସରପ୍ରାପ୍ତ ପାରା ମେଡିକାଲ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦ ପରେ ଏବେ ପୁଣି ଏଏନଏମ ତାଲିମ ପାଇଁ କାଉନସେଲିଂ ବିଜ୍ଞପ୍ତିକୁ ବିରୋଧ କରିଛି ନିଖିଳ ଓଡିଶା ଅଣନିଯୁକ୍ତ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ । ରାଜ୍ୟରେ ହଜାର ହଜାର ସଂଖ୍ୟାର ତାମିଲପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଅପେକ୍ଷାରେ ରହିଥିବା ବେଳେ ସେ ସମ୍ପର୍କରେ କୌଣସି ପଦକ୍ଷେପ ନ ନେଇ ପୁଣି ନୂତନ ଏଏନଏମ ତାଲିମ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ପ୍ରୟାସ ବିରୋଧରେ ସଂଘ ପକ୍ଷରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳର ତାଲିମପ୍ରାପ୍ତ ବହୁ ଏଏନଏମ କର୍ମୀ ଯୋଗ ଦେଇ କାଉନସେଲିଂକୁ ବିରୋଧ କରିଥିଲେ । ୨୦୦୬ ରୁ ୨୦୧୯ ମସିହା ମଧ୍ୟରେ କୃତିତ୍ୱର ସହ ତାଲିମ ପାଇଥିବା ସମଗ୍ର ରାଜ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ଏଏନଏମମାନଙ୍କ ନିଯୁକ୍ତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶକଙ୍କ ସହ ବାରମ୍ବାର ଆଲୋଚନା ହୋଇଥଲେ ବି କୌଣିସ ସୁଫଳ ମିଳିପାରି ନାହିଁ । ଅନ୍ୟ ପକ୍ଷରେ ରାଜ୍ୟରେ ୧୧ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ପଦବୀ ଖାଲି ପଡ଼ିଥିବା ବେଳେ ଏହାକୁ ପୂରଣ କରିବା ନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରିଚାଲିଛନ୍ତି ବୋଲି ସଂଘର କର୍ମକର୍ତ୍ତାମାନେ ଆରୋପ ଉଠାଇଥିଲେ । ପ୍ରଥମେ ତାଲିମପ୍ରାପ୍ତ ଏଏନଏମ କର୍ମୀମାନଙ୍କୁ ନିଯୁକ୍ତି ଦିଆଯିବା ପରେ କାଉନସେଲିଂ ପ୍ରକି୍ରୟା ଜାରି ରଖିବା ପାଇଁ ସେମାନେ ଦାବି କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*