ଏଆଇଡିଏସଓ ପକ୍ଷରୁ ସର୍ବଭାରତୀୟ ଛାତ୍ର ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଶିକ୍ଷାର ବ୍ୟବସାୟୀକରଣ, ସାମ୍ପ୍ରଦାୟୀକରଣ, କେନ୍ଦ୍ରୀକରଣ, ଫିସ୍ ବୃଦ୍ଧି ବିରୁଦ୍ଧରେ ଓ ଜାତୀୟ ଶିକ୍ଷାନୀତି ୨୦୧୯ ଖସଡା ବାତିଲ ତଥା ଅନ୍ୟାନ୍ୟ ଶିକ୍ଷାଗତ ଦାବିକୁ ନେଇ ଏଆଇଡିଏସଓ ପକ୍ଷରୁ ନବମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ ହାଇଦ୍ରାବାଦର ପ୍ରଦର୍ଶନୀ ପଡିଆଠାରେ ପ୍ରକାଶ୍ୟ ଅଧିବେଶନ ଭିତର ଦେଇ ଉଦଘାଟିତ ହୋଇଯାଇଛି । ସାରା ଦେଶରୁ ହଜାର ହଜାର ଛାତ୍ରଛାତ୍ରୀମାନେ ଏକ ସୁସଜ୍ଜିତ ପଟୁଆରରେ ଅଧିବେଶନ ସ୍ଥଳରେ ପହଞ୍ଚôଥିଲେ । ସେଠାରେ ସର୍ବଭାରତୀୟ ସଭାପତି କମଳ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରକାଶ୍ୟ ଅଧିବେଶନରେ ଦେଶର ବହୁ ବୁଦ୍ଧିଜୀବୀମାନେ ନିଜର ବକ୍ତବ୍ୟ ରଖିଥିଲେ । ଓସମାନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ପି.ଏଲ. ବିସେଶ୍ୱର ରାଓ ଅଧିବେଶନକୁ ନିଜର ବକ୍ତବ୍ୟ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ ପୂର୍ବତନ ବିଚାରପତି ବି.ଚନ୍ଦ୍ର କୁମାର, ଏସୟୁସିଆଇ(ସି)ର କେନ୍ଦ୍ରୀୟ କମିଟି ସଦସ୍ୟ କେ. ଶ୍ରୀଧର, ପୂର୍ବତନ ଆଇଏସଏସ ଅଫିସର କନ୍ନନ ଗୋପୀନାଥନ, ଏଆଇଡିଏସଓର ସର୍ବଭାରତୀୟ ସାଧାରଣ ସମ୍ପାଦକ ଅଶୋକ ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସମସ୍ତ ବକ୍ତାମାନେ ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତ ଶିକ୍ଷା ବିରୋଧି ନୀତି ବିରୁଦ୍ଧରେ ଦେଶର ଛାତ୍ରଛାତ୍ରୀମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ଓଡ଼ିଶାରୁ ଶତାଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ଗୁରୁବାର ଦିନ ପ୍ରତିନିଧି ଅଧିବେଶନରେ ଜାତୀୟ ଶିକ୍ଷା ନୀତି ୨୦୧୯ ଖସଡା ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ୯ମ ସର୍ବଭାରତୀୟ ଛାତ୍ର ସମ୍ମିଳନୀର ପ୍ରତିନିଧି ଅଧିବେଶନ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସର୍ବଭାରତୀୟ ନେତୃବନ୍ଦ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*