ଋଣଭାର ସହିନପାରି ଆତ୍ମହତ୍ୟା କଲେ ଚାମଚନ୍ଦ୍ର ଉତ୍ତ୍ୟକ୍ତ ଚାଷୀ କଲେ ୫ ଘଣ୍ଟା ରାସ୍ତା ଅବରୋଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ରାଜନଗର

ବଂଗୋପସାଗରରେ ସୃଷ୍ଟି ବାତ୍ୟା ବୁଲବୁଲ ସମଗ୍ର ରାଜନଗର ଅଂଚଳରେ ବ୍ୟାପକ କ୍ଷୟକ୍ଷତି କରିଛି । ବିଶେଷ କରି ଧାନଫସଲ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଦିନ କେଇଟା ପରେ ଭାଗଚାଷୀ ରାମଚନ୍ଦ୍ର ସୁନାର ଫସଲ ଅମଳ କରିଥାନ୍ତେ । କରଜ ବାରଜ ଓ କୃଷି ସେବା ସମବାୟ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀରୁ ଆଣିଥିବା ଋଣ ଟଙ୍କା ଫସଲ ବିକି ପରିଶୋଧ କରିଥାନ୍ତେ । କିନ୍ତୁ ବୁଲବୁଲ ବାତ୍ୟା ତାର ସବୁ ସ୍ୱପ୍ନକୁ ଛାରଖାର କରିଦେଇଛି । ରାମଚନ୍ଦ୍ର କରିଥିବା ଚାଷଜମିରେ ଉଜୁଡି ଯାଇଥିବା ଫସଲକୁ ଦେଖି ମାନସିକ ଭାବେ ଭାଙ୍ଗି ପଡିଥିଲା ସେ । କେମିତି ଋଣ ସୁଝିବ ସେହି ଚିନ୍ତାରେ ଦିନ ରାତି ଗୁମ ମାରି ବସୁଥିବା ରାମଚନ୍ଦ୍ର ଶେଷରେ ଆତ୍ମହତ୍ୟା ପନ୍ଥାକୁ ଆପଣେଇ ନେଇଛନ୍ତି । ଚାଷୀ ରାମଚନ୍ଦ୍ର ବିଷପିଇ ଆତ୍ମହତ୍ୟା କରିବା ଘଟଣା ଗୁରୁବାର ରାଜନଗରରେ ପ୍ରଚାରିତ ହେବାପରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିଲା । ଯାହାକୁ ନେଇ ଉତ୍ତ୍ୟକ୍ତ ଚାଷୀ ରାମଚନ୍ଦ୍ରର ବିପନ୍ନ ପରିବାରକୁ ରାଜ୍ୟ ସରକାର ୨୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଅଡି ବସି ରାସ୍ତାରୋକ କରିଥିଲେ । ଦୀର୍ଘ ୫ଘଂଟା ରାସ୍ତାରୋକରେ କେବଳ ଚାଷୀ ନୁହଁନ୍ତି, ସାଧାରଣ ଲୋକେ ଏବଂ ନବନିର୍ମାଣ କୃଷକ ସଂଗଠନର ପ୍ରତିନିଧି ମାନେ ଅଂଶଗ୍ରହଣ କରି ଏହି ଆନେ୍ଦାଳନକୁ ତୀବ୍ର କରିଥିଲେ । ଟାୟାର ଜାଳି ରାସ୍ତାରୋକ କରିବା ସହିତ ହତଭାଗ୍ୟ ଚାଷୀ ରାମଚନ୍ଦ୍ରଙ୍କ ଶବକୁ ରାସ୍ତା ଉପରେ ରଖି ଜାତୀୟ ସମ୍ମାନ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ଜିଲ୍ଲାପାଳ ପ୍ରତିଶ୍ରୁତି, ତକôାଳ ଶବ ସକôାର ପାଇଁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଶାସନ ଦେବାପରେ ରାସ୍ତାରୋକ ଉଠିଥିଲ । ଶୁକ୍ରବାର ମୃତ ଚାଷୀ ରାମଚନ୍ଦ୍ରଙ୍କ କ୍ଷୟକ୍ଷତି ଫସଲର ଅନୁଧ୍ୟାନ କରାଯିବ । ଏହି ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ ପରେ ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯିବ ।
ସୂଚନା ଅନୁଯାୟୀ, ରାଜନଗର ବ୍ଲକ ସାନବଡଗୋପାଳପୁର ପଂଚାୟତ ନୁରୁଗାଁର ୪୦ବର୍ଷୀୟ ଚାଷୀ ରାମଚନ୍ଦ୍ର ବାରିକ । ଚଳିତବର୍ଷ ସେ ଚାଷପାଇଁ ଧାର ଉଧାର କରିବା ସହିତ ଭାଟପଡା ପ୍ରାଥମିକ କୃଷି ସେବା ସମବାୟ ସମିତିରୁ ୬୪ ହଜାର ଟଙ୍କା, ସ୍ୱୟଂ ସହାୟକ ଗୋଷ୍ଠିରୁ ୮୦ହଜାର ଟଙ୍କା ଋଣ ଆଣିଥିଲେ । ଚଳିତବର୍ଷ ବିଳମ୍ବରେ ଚାଷ ହୋଇଥିଲେ ମଧ୍ୟ ଧାନଫସଲ ଭଲ ହୋଇଥିଲା । କିନ୍ତୁ ବୁଲବୁଲ ବାତ୍ୟାର ପ୍ରଭାବରେ ରାମଚନ୍ଦ୍ରଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ଏହି ଚିନ୍ତାରେ ବୁଧବାର ଭୋରରୁ ରାମଚନ୍ଦ୍ର ବିଷପାନ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରାତି ପ୍ରାୟ ୧୨ ଘଟିକା ସମୟରେ ତାଙ୍କ ମୃତୁ୍ୟ ଘଟିଥିଲା । ରାମଚନ୍ଦ୍ରଙ୍କ ମୃତୁ୍ୟ ପରେ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ରାମଚନ୍ଦ୍ରଙ୍କ ମୃତୁ୍ୟ ପରେ ୪ଝିଅ, ପତ୍ନୀ ଓ ୭୦ବର୍ଷର ବୃଦ୍ଧ ବାପା ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ରାଜନଗରରେ ଏହା ପ୍ରଥମ ଚାଷୀ ଆତ୍ମହତ୍ୟା କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*