ଉମାଙ୍କ ଗୋଡ଼ ଫ୍ରାକ୍‌ଚର୍‌ ଦେଢ଼ମାସର ବ୍ରେକ୍‌ରେ ମୋଦୀଙ୍କ ଉପରେ ଲେଖିବେ ବହି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସି : ନୂଆଦିଲ୍ଲୀ

ପୂର୍ବ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବହି ଲେଖିବେ । ଶୁକ୍ରବାର ଲଗାତାର ଟୁଇଟ୍‌ କରି ଉମା ଭାରତୀ ଏହି ସୂଚନା ଦେଇଛନ୍ତି । ଗତ ତିନିଦିନ ତଳେ ଉମା ଭାରତୀ ପଡ଼ିଯାଇଥିଲେ । ଏହି କାରଣରୁ ତାଙ୍କ ଗୋଡ଼ରେ ଫ୍ରାକ୍‌ଚର ହୋଇଛି । ଡାକ୍ତର ତାଙ୍କୁ ଦେଢ଼ମାସ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି । ଉମା କହିଛନ୍ତି ଯେ, ଏହି ବ୍ରେକ୍‌ ସମୟରେ ମୁଁ ନରେନ୍ଦ୍ର ମୋଦୀଙ୍କ ସହ ମୋ’ ଅନୁଭବକୁ ସେୟାର୍‌ କରିବି ।
ଟୁଇଟ୍‌ କରି ଉମା କହିଛନ୍ତି, ୪ବର୍ଷ ପୂର୍ବରୁ ମୁଁ କହିଥିଲି, ନରେନ୍ଦ୍ର ମୋଦୀଜୀଙ୍କ ଉପରେ ବହି ଲେଖିବା କଥା । ମୁଁ ମୋଦୀଙ୍କୁ ମୋ ଗୁରୁ, ବଡ଼ ଭାଇ ଭାବେ ଗ୍ରହଣ କରେ । ମୁଁ ତାଙ୍କୁ ୧୯୭୩ରୁ ଜାଣିଛି । ଯେତେବେଳେ ମୋତେ ୧୨ ବର୍ଷ ହୋଇଥିଲା । ମୁଁ ତାଙ୍କୁ ଅତି ନିକଟରୁ ମଧ୍ୟ ଦେଖିଛି । ଯାହାର ସ୍ୱତନ୍ତ୍ର ବିଶେଷତ୍ୱ ଏବଂ ଶକ୍ତିକୁ ଦେଖି ସାରା ବିଶ୍ୱ ଏବେ ତାଙ୍କ ପ୍ରଶଂସକ, ଏହି ଶକ୍ତି ତାଙ୍କୁ ଭଗବାନ ଦେଇଛନ୍ତି । ଈଶ୍ୱର ପ୍ରଦତ୍ତ ଏହି ଶକ୍ତି ଏବଂ ଏହି ଅନୁରୂପ ମନ ତଥା ଶରୀରଚର୍ଯ୍ୟା ହେଉଛି ତାଙ୍କ ଆତ୍ମବିଶ୍ୱାସର ପରିଣାମ । ପୂର୍ବରୁ ଏହି ଆତ୍ମବିଶ୍ୱାସ ତାଙ୍କ ନିକଟରେ ଥିଲା । ଏବେ ବି ଅଛି । ତାଙ୍କୁ ନେଇ ମୁଁ ଯେତିକି ଜାଣିଛି, ସେ ବିଷୟରେ ବହି ଲେଖିବି । ତାଙ୍କର ସହମତି ମିଳିବା ପରେ ଏହି ବହିକୁ ସାର୍ବଜନୀନ କରିବି । ତେବେ ଏହି ଦେଢ଼ମାସର ବ୍ରେକ୍‌ ଭିତରେ ବହି ଲେଖିବା କାମ ଶେଷ କରିବାର ନିଷ୍ପତ୍ତି ମୁଁ ନେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*