ଉମରଙ୍କ ପରେ ଏବେ ମେହେବୁବା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଶ୍ରୀନଗର
ଫାରୁକ୍‌ ଅବଦୁଲା ଏବଂ ଉମର ଅବଦୁଲାଙ୍କ ପରେ ଜାମ୍ମୁ-କାଶ୍ମୀରର ତୃତୀୟ ପୂର୍ବ ମୁଖ୍ୟମନ୍ତ୍ରୀ ଭାବେ ମେହେବୁବା ମୁଫତି ନଜରବନ୍ଦୀରୁ ମୁକୁଳି ପାରନ୍ତି । ଗତ ୭ମାସରୁ ଅଧିକ ସମୟ ଧରି ପବ୍ଲିକ୍‌ ସେଫ୍ଟି ଆକ୍ଟ ଆନ୍ତର୍ଗତ ସେ ବନ୍ଦୀ ଅଛନ୍ତି । ସୂଚନା ଅନୁସାରେ ଗୃହମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ମେହେବୁବାଙ୍କ ଉପରୁ ପିଏସ୍‌ଏ ହଟାଇପାରେ ।
ମଙ୍ଗଳବାର ନ୍ୟାସନାଲ କନ୍‌ଫରେନ୍ସର ନେତା ଉମର ଅବଦୁଲ୍ଲା ନଜରବନ୍ଦୀରୁ ମୁକୁଳି ଥିଲେ । ସେ ମୁକୁଳିବା ପରେ ମେହେବୁବା ଖୁସି ପ୍ରକଟ କରିବା ସହ କହିଥିଲେ ଯେ, ମୋଦୀ ସରକାର ମହିଳାଙ୍କୁ ନେଇ ଅଧିକ ଭୟଭୀତ । ଏବେ ଗୃହମନ୍ତ୍ରଣାଳୟ ମେହେବୁବାଙ୍କୁ ମୁକ୍ତ କରିପାରେ ବୋଲି କୁହାଯାଉଛି । କାରଣ ମଙ୍ଗଳବାର ମେହେବୁବାଙ୍କ ଝିଅ ଇଲତିଜା କରୋନା ଆଶଙ୍କା ନେଇ ଉପରାଜ୍ୟପାଳ ଜିସି ମୁର୍ମୁଙ୍କୁ ପତ୍ର ଲେଖିଥିଲେ । ସେ ଏଥିରେ ମାଆଙ୍କ ବିଷୟକୁ ମଧ୍ୟ ଉଲ୍ଲେଖ କରିବା ସହ କହିଥିଲେ ଯେ, ଦେଶବ୍ୟାପୀ ଜେଲ୍‌ରେ ଥିବା କଏଦୀମାନଙ୍କୁ ସରକାର ମୁକ୍ତ କରନ୍ତୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*