ଉମରଙ୍କ ଦୁଃଖଭରା ଟୁଇଟ୍‌,୨୩୨ ଦିନ ପରେ ଆସିଲି, ଏବେ ଆଉ ୨୧ ଦିନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଶ୍ରୀନଗର
ଜାମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବେ ଏକ ଦୁଃଖଭରା ଟୁଇଟ୍‌ ସହ ନିଜର ଫଟୋ ସେୟାର କରିଛନ୍ତି । ମଙ୍ଗଳବାର ୨୩୨ ଦିନ ନଜରବନ୍ଦୀ ରହିବା ପରେ ମୁକୁଳିଥିଲେ ଉମର ।
ଉମର ଟୁଇଟ୍‌ରେ କହିଛନ୍ତି ଯେ, ୨୩୨ ଦିନ ପରେ ମୁଁ ମଙ୍ଗଳବାର ଅପରାହ୍ନରେ ଶ୍ରୀନଗରର ହରି ନିବାସରୁ ମୁକୁଳିଥିଲି । ଅଗଷ୍ଟ ୫, ୨୦୧୯ ଦିନ ଠାରୁ ନଜରବନ୍ଦୀରେ ଥିଲି । ହେଲେ ଏବେ ଘରେ ପହଞ୍ଚିବାର କିଛି ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନର ଲକଡାଉନ୍‌ ଘୋଷଣା କରିଛନ୍ତି । ସେ ଏହି ଟୁଇଟ୍‌କୁ ଅତି ମଜାଳିଆ ଢଙ୍ଗରେ ପୋଷ୍ଟ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*