ଉପ ନିର୍ବାଚନ: ଅପର୍ଣ୍ଣାଙ୍କ ଟିକଟ କାଟିଲା ସପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ଲକ୍ଷ୍ନୌ
ଉତ୍ତରପ୍ରଦେଶର ୧୧ଟି ବିଧାନସଭା କ୍ଷେତ୍ର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଉପ ନିର୍ବାଚନରେ ସପା ନିଜର ପ୍ରାର୍ଥୀ ଘୋଷଣା ଆରମ୍ଭ କରିଛି । ଲୋକସଭା ନିର୍ବାଚନରେ ବସପା ସହ ଗଠବନ୍ଧନ ହୋଇଥିଲା ବେଳେ ଏହି ଉପ ନିର୍ବାଚନରେ ସପା ଲଢୁଛି ଏକାକୀ ।
ଶୁକ୍ରବାର ସପା ପକ୍ଷରୁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଦଳ ଲକ୍ଷ୍ନୌ କ୍ୟାଣ୍ଟରୁ ମେଜର ଆଶିଷ ଚର୍ତୁବେଦୀ ଏବଂ କାନପୁରର ଗୋବିନ୍ଦନଗରରୁ ସମ୍ରାଟ ବିକାଶଙ୍କୁ ଟିକଟ ଦେଇଛି । ୨୦୧୭ ବିଧାନସଭା ନିର୍ବାଚନରେ ଲକ୍ଷ୍ନୌ କ୍ୟାଣ୍ଟ ଆସନରୁ ସପା ପ୍ରାର୍ଥୀ ଥିଲେ ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ । ଦଳ ଭିତରେ ମତଭେଦ ଓ ପାରିବାରିକ କନ୍ଦଳ ଭିତରେ ଏହି ନିର୍ବାଚନ ସମୟରେ ବୋହୂଙ୍କ ପାଇଁ ପ୍ରଚାର କରିଥିଲେ ମୁଲାୟମ । ହେଲେ ଏଥର ଅପର୍ଣ୍ଣାଙ୍କୁ ଅଖିଳେଶ ଟିକଟ ଦେଇନାହାନ୍ତି । ଏହାକୁ ନେଇ ଯାଦବ ପରିବାରରେ ପୁଣି ମୁନ୍ଦ ଟେକିଛି ପାରିବାରିକ କନ୍ଦଳ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*