ଉପନିର୍ବାଚନ ପୋଛିଲା ଭାଜପା: ୟେଦିୟୁରପ୍ପା ସରକାରକୁ ସଂଖ୍ୟାଗରିଷ୍ଠତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କର୍ଣ୍ଣାଟକରେ ଅନୁଷ୍ଠିତ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଭାଜପାକୁ ମିଳିଛି ଜବରଦସ୍ତ ସଫଳତା । ଦଳ ୧୨ଟି ଆସନ ଜିତିଥିଲା ବେଳେ କଂଗ୍ରେସ ଖାତାକୁ ଯାଇଛି ମାତ୍ର ୨ଟି । ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବଡ଼ କଥା ହେଉଛି ଉପନିର୍ବାଚନରେ ଖାତା ଖୋଲିପାରିନାହିଁ ଜଦଧ । ଏହି ଫଳାଫଳ ଘୋଷଣା ପରେ ୟେଦୁରପ୍ପା ସରକାରଙ୍କୁ ବିଧାନସଭାରେ ମିଳିଯାଇଛି ପୂର୍ଣ୍ଣ ବହୁମତ ।
ଭାଜପା ଅଧାନି, କାଗୱାଡ, ଗୋକକ୍‌, ୟେଲ୍ଲାପୁର, ହିରେକେରୁର, ରାନେବେନ୍ନୁ, ଚିକ୍କାବଲ୍ଲାପୁର, କେଆର ପୁରା, ୟଶୱନ୍ତପୁରା, ମହାଲକ୍ଷ୍ମୀ ଲେଆଉଟ୍‌ ଏବଂ କୃଷ୍ଣାରାଜାପେଟେ ଆସନରୁ ଜିତିଥିଲା ବେଳେ ଶିବାଜୀ ନଗର ଏବଂ ହୁନାସୁରୁ ଆସନ କଂଗ୍ରେସ ଖାତାକୁ ଯାଇଛି । ହୋସାକୋର୍ଟ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ଅଧିକାଂଶ ଆସନରେ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନେ ବଡ଼ ବ୍ୟବଧାନରେ ଜିତିଛନ୍ତି । ଉନିର୍ବାଚନ ଫଳାଫଳ ପରେ ଭାଜପାକୁ ବିଧାନସଭାରେ ପୂର୍ଣ୍ଣ ବହୁମତ ମିଳିଛି । ୨୨୨ ଆସନ ବିଶିଷ୍ଟ ବିଧାନସଭାରେ ଭାଜପାର ୧୧୭ ବିଧାୟକ ହୋଇଛନ୍ତି । କଂଗ୍ରେସ ନିକଟରେ ୬୮ ଏବଂ ଜଦଧ ନିକଟରେ ୩୪ ବିଧାୟକ ଥିଲା ବେଳେ ୩ ଜଣ ହେଉଛନ୍ତି ସ୍ୱାଧୀନ ବିଧାୟକ । ସଂଖ୍ୟାଗରିଷ୍ଠତା ପାଇଁ ଭାଜପାକୁ ୧୧୨ ବିଧାୟକଙ୍କ ଆବଶ୍ୟକ ଥିଲା । ଏବେ ଭାଜପା ନିକଟରେ ସଂଖ୍ୟାଗରିଷ୍ଠତା ଠାରୁ ୫ ଅଧିକ ବିଧାୟକ ଅଛନ୍ତି ।
ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା ଖୁସି ପ୍ରକଟ କରି କହିଛନ୍ତି ଯେ, ଜିିତିଥିବା ୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ଜଣଙ୍କୁ କ୍ୟାବିନେଟ୍‌ ବନାଯିବ । ମୁଁ ରାନୀବେନ୍ନୁରର ବିଜୟୀ ଭାଜପା ପ୍ରାର୍ଥୀଙ୍କୁ କୌଣସି ପ୍ରତିଶ୍ରୁତି ଦେଇନଥିଲି । ୧୧ଜଣ ମନ୍ତ୍ରି ବନିବାରେ କୌଣସି ସମସ୍ୟା ନାହିଁ । ମୁଁ ଆସନ୍ତା ୩/୪ ଦିନ ମଧ୍ୟରେ ଦିଲ୍ଲୀ ଗସ୍ତ କରିବି ଏବଂ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଆଲୋଚନା କରିବି ।
ଇସ୍ତଫା ଦେଲେ ସିଦ୍ଧରମୈୟା
ଉପନିର୍ବାଚନରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ଏହାପରେ ବିଧାୟକ ଦଳର ନେତା ଏମ୍‌ ସିଦ୍ଧରମୈୟା ଇସ୍ତଫା ଦେଇଛନ୍ତି । ନିର୍ବାଚନରେ ପରାଜୟର ଦାୟିତ୍ୱ ନିଜ ମୁନ୍ଦ ଉପରକୁ ନେଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ଏଥିସହ ସିଦ୍ଧରମୈୟା ବିରୋଧୀ ଦଳର ନେତା ପଦ ମଧ୍ୟ ଛାଡିଛନ୍ତି ।
ଇସ୍ତଫା ଘୋଷଣା ସମୟରେ ସେ କହିଛନ୍ତି ଯେ, ବିଧାୟକ ଦଳର ନେତା ହିସାବରେ ଏହା ମୋର ଦାୟିତ୍ୱ ଯେ, ମୁଁ ଜନମତ ଓ ଗଣତନ୍ତ୍ରକୁ ସମ୍ମାନ କରିବି । ମୁଁ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇସାରିଛି । ସୂଚନାଯୋଗ୍ୟ ଯେ, ଦଳର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗତ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ନ ମିଳିବା ପରେ ଦଳ ତାଙ୍କୁ ବିଧାୟକ ଦଳର ନେତା ବନାଇଥିଲା । ଖାଲି ସିଦ୍ଧରମୈୟା ନୁହଁନ୍ତି, କର୍ଣ୍ଣାଟକ କଂଗ୍ରେସ ପ୍ରଦେଶ ସମିତିର ଅଧ୍ୟକ୍ଷ ଦିନେଶ ଗୁନ୍ଦୁରାଓ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରାର୍ଥୀ ଚୟନରେ ମୋର ଭୂମିକା ଥିଲା । ତେଣୁ ଦଳର ପରାଜୟ ପାଇଁ ମୁଁ ଦାୟୀ । ଏହି କାରଣରୁ ପଦରୁ ଇସ୍ତଫା ଦେଉଛି, ହେଲେ ଦଳ ପାଇଁ କାମ କରିବି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*