ଉନ୍ନାଓ ପୀଡିତାଙ୍କ ମୃତୁ୍ୟ ପରେ ପୂରା ଦେଶରେ ରୋଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ହାଇଦ୍ରାବାଦରୁ ଉନ୍ନାଓ ପର୍ଯ୍ୟନ୍ତ ଝିଅମାନଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ସେମାନଙ୍କୁ ଜଳାଯିବା ଭଳି ହୃଦୟ ବିଦାରକ ଘଟଣାକୁ ନେଇ ଥିବା କ୍ରୋଧ ଏବେ ରାଜଧାନୀ ଦିଲ୍ଲୀ ପହଞ୍ଚôଯାଇଛି । ଶନିବାର ଦିଲ୍ଲୀର ରାଜଘାଟଠାରୁ ନେଇ ଇନ୍ଦିଆ ଗେଟ୍‌ ପର୍ଯ୍ୟନ୍ତ କ୍ୟାନେ୍ଦଲ ମାର୍ଚ୍ଚ ଆୟୋଜନ କରାଯାଇଛି । କଂଗ୍ରେସ ଛାତ୍ର ସଂଗଠନ ଏନଏସୟୁଆଇ ଏବଂ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତି ମାଲିୱାଲ ସମେିତ ବହୁ ସଂଗଠନ ଏହି ପ୍ରଦର୍ଶନରେ ଯୋଗ ଦେଇଥିଲେ । ପୁଲିସ୍‌ ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ବିଭିନ୍ନ ପୁଲିସ୍‌ ଅନେକ ସ୍ଥାନରେ ପାଣି ସ୍ପ୍ରେ କରିଥିବାବେଳେ ଲୋକମାନେ ଏହାକୁ ବିରୋଧ କରି ପୁଲିସ୍‌ ବ୍ୟାରିକେଡ୍‌ ଭାଙ୍ଗି ଦେବାର ଦେଖାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଉନ୍ନାଓ ପୀଡିତାଙ୍କ ମୃତୁ୍ୟ ହୋଇଯାଇଥିଲା, ଯାହାଙ୍କୁ ଜାମିନ୍‌ରେ ବାହାରକୁ ଆସିଥିବା ଆରୋପୀମାନେ ଜୀବନ୍ତ ଜାଳିବାକୁ ଉଦ୍ୟମ କରିଥିଲେ । ପୀଡିତାଙ୍କ ମୃତୁ୍ୟ ପରେ ପୁରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଏହାକୁ ନେଇ ଉତ୍ତରପ୍ରଦେଶର ଯୋଗୀ ସରକାର ପ୍ରଶ୍ନ ଘେରରେ ରହିଛନ୍ତି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ଘଟଣାର ବିରୋଧରେ ବିଧାନସଭା ବାହାରେ ଧାରଣା ମଧ୍ୟ ଦେବାର ଦେଖାଯାଇଥିଲା । ସେ ଆଜିର ଦିନକୁ ‘କଳା ଦିବସ’ ବୋଲି ଅଭିହିତ କରିବା ସହ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ସଙ୍ଗୀନ ହୋଇପଡିଛି କହିଥିଲେ । ବସପା ନେତ୍ରୀ ମାୟାବତୀ, ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲଙ୍କୁ ଭେଟି ମହିଳାଙ୍କ ବିରୋଧରେ ହିଂସାକୁ ରୋକିବା ସକାଶେ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିଥିଲେ । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶନିବାର ଉନ୍ନାଓ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଉନ୍ନାଓ ପୀଡିତାଙ୍କ ପରିବାରକୁ ଗତ ବର୍ଷେ କାଳ ଅତ୍ୟାଚାର କରାଯାଉଛି । ଏପରିକି ମୁଁ ଆରୋପୀଙ୍କ ଭାଜପା ସହ ସମ୍ବନ୍ଧ ଥିବାର କଥା ବି ଶୁଣିବାକୁ ପାଇଲି । ଏହି କାରଣରୁ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଉତ୍ତରପ୍ରଦେଶରେ ଏବେ ଅପରାଧୀଙ୍କ ମନରେ ଆଉ ଡରଭୟ କିଛି ନାହିଁ ବୋଲି ପ୍ରିୟଙ୍କା ଗଣମାଧ୍ୟମକୁ କହିଥିଲେ ।
ପୀଡିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଅନୁକଂପାମୂଳକ ରାଶି
ଉତ୍ତରପ୍ରଦେଶ ସରକାର ଉନ୍ନାଓ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକଂପାମୂଳକ ରାଶି ପ୍ରଦାନ ସହିତ ଏକ ଘର ଦେବାକୁ ଘୋଷଣା କରିଛନ୍ତି । ଏହାସହ ଏହି ମାମଲାର ଟ୍ରାଏଲ ଫାଷ୍ଟ ଟ୍ରାକ୍‌ କୋର୍ଟରେ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଶନିବାର ଉତ୍ତରପ୍ରଦେଶ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ଏହାପରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ଉନ୍ନାଓ ପୀଡିତାଙ୍କ ପରିବାର ଯେଉଁପ୍ରକାର ତଦନ୍ତ ଚାହୁଁଛନ୍ତି, ଆମେ ସେପରି କରିବୁ । ପୀଡିତା ଯେଉଁମାନଙ୍କ ନାମ ନେଇଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହେଲେ ଏହାକୁ ରାଜନୀତି ହେବା ଉଚିତ୍‌ ନୁହେଁ ବୋଲି ମୌର୍ଯ୍ୟ କହିଥିଲେ ।
ଟଙ୍କା ଦରକାର ନାହିଁ, ନ୍ୟାୟ ଚାହୁଁଛି
ଉନ୍ନାଓ ପୀଡିତାଙ୍କ ବାପା ଶନିବାର ନ୍ୟାୟ ପାଇଁ ଦାବି କରିଛନ୍ତି । “ମୋ ପରିବାରକୁ ଟଙ୍କା ଦରକାର ନାହିଁ । ମୋ ଝିଅକୁ ନ୍ୟାୟ ମିଳୁ ବୋଲି ସମସ୍ତେ ଚାହାନ୍ତି । ପରିବାରକୁ ଆରୋପୀମାନେ ସମସ୍ତଙ୍କ ସମାନାରେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ଅନେକ ଥର ସେମାନେ ଧମକ ଦେଇଥିଲେ ଯେ, ଯଦି ଆମେ କେସ୍‌ ଫେରାଇ ନେବୁନି, ତେବେ ଆମ ଝିଅକୁ ଏବଂ ପରିବାରକୁ ଜଳାଇଦେବେ । ପୁଲିସ୍‌କୁ ଏବାବଦରେ ସୂଚନା ଦେଇଥିଲେ ମଧ୍ୟ ସେମାନେ କିଛି କରିନଥିଲେ । ତାଙ୍କ ଝିଅର ହତ୍ୟାକାରୀଙ୍କୁ ମଧ୍ୟ ହାଇଦ୍ରାବାଦ ଗଣଦୁଷ୍କର୍ମକାରୀଙ୍କ ପରି ଦନ୍ଦ ମିଳୁ ବୋଲି ପୀଡିତାଙ୍କ ବାପା କହିଥିଲେ । ପୀଡିତାଙ୍କ ଭଉଣୀ ମଧ୍ୟ ସେ ଏବେ ଚୁପ୍‌ ବସିବେ ନାହିଁ ବୋଲି କହିଛନ୍ତି । ସେ ନିଶ୍ଚିତ ଭଉଣୀକୁ ନ୍ୟାୟ ଦେବାକୁ ଲଢିବେ । ଯେପର୍ଯ୍ୟନ୍ତ ଆରୋପୀଙ୍କୁ ଦନ୍ଦ ମିଳିନି, ସେଯାଏ ମୁଁ ଲଢେଇ ଜାରି ରଖିବି ବୋଲି ସେ କହିଛନ୍ତି ।
ଶୁକ୍ରବାର ହୋଇଥିଲା ପୀଡିତାଙ୍କ ମୃତୁ୍ୟ
ଶରୀରର ୯୦ ଭାଗ ପୋଡି ଯାଇଥିବା ଉନ୍ନାଓ ଦୁଷ୍କର୍ମ ପୀଡିତା ଶୁକ୍ରବାର ରାତି ୧୧.୪୦ ସମୟରେ ଦୃଦଘାତରେ ପ୍ରାଣ ହରାଇଥିବା କୁହାଯାଇଛି । ସଫଦରଗଞ୍ଜ ହସପିଟାଲର ସୁପରିଟେନେ୍ଦଣ୍ଟ ସୁନୀଲ ଗୁପ୍ତା ପୀଡିତାଙ୍କ ଶବବ୍ୟବଚ୍ଛେଦ କରାଯାଇଛି ବୋଲି କହିବା ସହ ରିପୋର୍ଟରୁ ତାଙ୍କର ମୃତୁ୍ୟ ଅତ୍ୟଧିକ ପୋଡି ଯାଇଥିବା ଯୋଗୁ ହୋଇଛି ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*