ଉଦ୍ଧବ ଛାଡିବେ କି ଗେରୁଆ ପତାକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଗେରୁଆ ଶବ୍ଦର ଅର୍ଥ ହିନ୍ଦୁତ୍ୱକୁ ନେଇ ବୁଝାଇଥାଏ । ହିନ୍ଦୁତ୍ୱର ଆଭିମୁଖ୍ୟ ରଖୁଥିବା କାରଣରୁ ଭାଜପାକୁ ଗେରୁଆ ଦଳ ବୋଲି ଅନେକ କହିଥାନ୍ତି । ବିରୋଧୀମାନେ ନିୟମିତ ଏହି ଗେରୁଆ ରଙ୍ଗକୁ ନେଇ ସମାଲୋଚନା କରିଥାନ୍ତି । ମନ୍ଦିରରେ ରଙ୍ଗ ହେଉ କିମ୍ବା ସ୍କୁଲ,କଲେଜ କାନ୍ଥରେ ଏହି ରଙ୍ଗ ଲାଗିଲେ ଧରାଯାଏ ଯେ, ଏହା ଭାଜପାର ଚାଲ୍‌ । ଭାଜପା ଦେଶକୁ ଗେରୁଆ ରଙ୍ଗରେ ରଙ୍ଗାୟିତ କରିବାର ଉଦ୍ୟମ କରୁଛି ବୋଲି ଅଭିଯୋଗ ଆସେ । ହେଲେ ଭାଜପାର ପତାକା ଗେରୁଆ ନୁହେଁ । ଗେରୁଆ ପତାକା ହେଉଛି ଶିବସେନାର । ଶିବସେନା ମଧ୍ୟ କଠୋର ହିନ୍ଦୁବାଦୀ ଦଳ । ହେଲେ ଏବେ ପରିସ୍ଥିତି ବଦଳୁଛି ।
ସରକାର ଗଠନରେ ଅନିଶ୍ଚିତତା ସହ ଶିବସେନା ମୁହାଁଇଛି କଂଗ୍ରେସ ଆଡ଼କୁ । ହେଲେ କଂଗ୍ରେସ ସବୁ ସମୟରେ ହିନ୍ଦୁତ୍ୱର ଆଭିମୁଖ୍ୟ ରଖୁଥିବା ଶିବସେନା ଏବଂ ଭାଜପାକୁ ବିରୋଧ କରିଆସୁଥିବାରୁ କେତେଦୂର ଶିବସେନାକୁ ଗ୍ରହଣ କରିବ ତାହା ସମୟ କହିବ । ଅସୁବିଧାରେ ପଡି କୃଷ୍ଣ ମଧ୍ୟ ଗଧ ପାଦ ଧରିଥିଲେ । ଏବେ ଉଦ୍ଧବଙ୍କ ଅବସ୍ଥା ସେଇଆ । ମା’ଅର୍ଥାତ୍‌ ସୋନିଆ ଗାନ୍ଧୀ ଯାହା କହିବେ ଏବେ ଉଦ୍ଧବ ମାନିବାକୁ ବାଧ୍ୟ ହେବେ । କାରଣ ପୁଅ ମୋହ ଏବଂ କ୍ଷମତା ମୋହ ତାଙ୍କୁ ଏପରି ଘାରିଛି ଯେ, ସବୁକିଛି ତ୍ୟାଗ କରିବାକୁ ସେ ପ୍ରସ୍ତୁତ । ରାକପା ଓ କଂଗ୍ରେସ ଡିଲ୍‌ ଫାଇନାଲ ହେବା ପୂର୍ବରୁ କେନ୍ଦ୍ର ମନ୍ତ୍ରିମନ୍ଦଳରୁ ନିଜ ସାଂସଦଙ୍କୁ ସେ ଫେରାଇ ଆଣିଲେ । ଦଳ ପକ୍ଷରୁ କୁହାଗଲା କଂଗ୍ରେସ ଆମର ଶତ୍ରୁ ନୁହେଁ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କଂଗ୍ରେସର ଆଲର୍ଜୀ ଥିବା ଗେରୁଆ କବଳରୁ ଉଦ୍ଧବ ନିଜକୁ ମୁକୁଳାଇ ପାରିବେ କି? କାରଣ ଦଳର ପତାକା ହେଉଛି ଗେରୁଆ ।
କଂଗ୍ରେସ ହିନ୍ଦୁତ୍ୱ ବିଚାରଧାରାକୁ ବିରୋଧ କରିବା ସହ ମୁସଲିମ୍‌ ଭୋଟ୍‌ ବ୍ୟାଙ୍କକୁ ମଜବୁତ କରିବାର ଉଦ୍ୟମ ଜାରି ରଖିଛି । କଂଗ୍ରେସର କେହି ନେତା ଗେରୁଆ ବସ୍ତ୍ର ପରିଧାନ କଲେ ଦଳ ଭିତରେ ବଡ଼ ଚର୍ଚ୍ଚା ସୃଷ୍ଟି ହୁଏ । ଗେରୁଆ ନାଁ ଶୁଣିଲେ କଂଗ୍ରେସ ଦଳ ନେତାଙ୍କ ତାଳୁରୁ ତଳିପା ପର୍ଯ୍ୟନ୍ତ ପୋଡିଥାଏ । ଗତ ନିର୍ବାଚନ ସମୟରେ ରାହୁଳଙ୍କୁ ନେଇ ମଧ୍ୟ ଏହି ଚର୍ଚ୍ଚା ସୃଷ୍ଟି ହୋଇଥିଲା । କାରଣ ପରିସ୍ଥିତିରେ ପଡି ରାହୁଳ ଗେରୁଆ ଗାମୁଛା ଦେହରେ ପକାଇ ବ୍ରାହ୍ମଣଙ୍କ ଶରଣରେ ପଶିଥିଲେ । ସେତେବେଳେ ଅଣକଂଗ୍ରେସ ଦଳମାନେ ରାହୁଳଙ୍କ ଗେରୁଆ ପରିଧାନକୁ ନେଇ ପ୍ରଶ୍ନ ଉଠାଇଥିଲେ । ହେଲେ ଏବେ କ’ଣ ଉଦ୍ଧବ କଂଗ୍ରେସକୁ ଖୁସି କରିବା ପାଇଁ, ମା’ଙ୍କ ମନ ଜିଣିବା ପାଇଁ ନିଜର ଗେରୁଆ ପତାକାକୁ ସବୁଜ ପତାକାରେ ବଦଳାଇବେ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*