ଉଦ୍ଧବ କହିଲେ କାହିଁକି ଭାଜପା ସହ ଗଠବନ୍ଧନକୁ ରାଜି ହେଲୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ
ଗତ କିଛିବର୍ଷ ଧରି ଭାଜପା ଏବଂ ଶିବସେନା ମଧ୍ୟରେ ସବୁକିଛି ଠିକ୍‌ ଠାକ୍‌ ନଥିଲା । ହେଲେ ଲୋକସଭା ନିର୍ବାଚନ ପାଇଁ ଏବେ ଦୁଇଦଳ ଏକାଠି ହୋଇଛନ୍ତି । ଆଉ ଭାଜପା ସହ କାହିଁକି ଗଠବନ୍ଧନ କରାଗଲା ସେନେଇ ଉତ୍ତର ମଧ୍ୟ ରଖିଛନ୍ତି ଶିବସେନା ମୁଖିଆ ଉଦ୍ଧବ ଠାକରେ ।
ଉଦ୍ଧବ କହିଛନ୍ତି ଯେ, ଭାଜପାର ନିଜ ଗଠବନ୍ଧନର ସହଯୋଗୀଙ୍କ ପ୍ରତି ବ୍ୟବହାରରେ ବଡ଼ ପରିବର୍ତ୍ତନ ଆସିଛି । ମୁଁ ଏହା ଅନୁଭବ କରିବାରୁ ଭାଜପା ସହ ହାତ ମିଳାଇବାର ନିଷ୍ପତି ନେଲି । ତେବେ ଉଦ୍ଧବ କହିଛନ୍ତି ଯେ, ମୁଁ ଆଗକୁ ରାଜ୍ୟରେ ଶିବସେନାର ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଚାହୁଁଛି । ଏଥିପାଇଁ କାମ ମଧ୍ୟ ଆରମ୍ଭ କରିଛି । ବୁଝାମଣାରେ ଆମର ବିଜୟ ହୋଇଛି, ଏବେ ପ୍ରକୃତ ଲଢେଇ ନିର୍ବାଚନ ଜିତିବା ଉପରେ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*