ଉଦ୍ଧବଙ୍କ ସମେତ ୯ ଜଣ ନିର୍ଦ୍ଦନ୍ଦ୍ୱରେ ବିଧାନ ପରିଷଦକୁ ନିର୍ବାଚିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ୯ଜଣ ବିଧାନ ପରିଷଦକୁ ନିର୍ଦ୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଧାନ ପରିଷଦ ପାଇଁ ଦାଖଲ ୧୪ଟି ନାମାଙ୍କନପତ୍ରରୁ ୫ଟି ପ୍ରତ୍ୟାହାର କରାଯିବାର ଦିନକ ପରେ ଉଦ୍ଧବ ବିଧାନ ପରିଷଦକୁ ନିର୍ବାଚିତ ହୋଇଛନ୍ତି । ଉଦ୍ଧବଙ୍କ ବ୍ୟତୀତ ପରିଷଦର ଅଧ୍ୟକ୍ଷ ନୀଲମ ଗୋରହେ(ଶିବସେନା), ଭାଜପାର ୪ ପ୍ରାର୍ଥୀ- ରଞ୍ଜିତସିହ୍ନ ମୋହିତେ ପାଟିଲ, ଗୋପିଚାନ୍ଦ ପଦଲକର, ପ୍ରଭୀନ ଦତକେ ଏବଂ ରମେଶ କରଦ, ରାକପାର ଶଶିକାନ୍ତ ସିନେ୍ଧ ଓ ଅମୋଲ ମିଥକାରୀ ଏବଂ କଂଗ୍ରେସର ରାଜେଶ ରାଥୋଡ ପ୍ରମୁଖ ଗତ ଏପ୍ରିଲ ୨୪ରେ ଖାଲି ହୋଇଥିବା ୯ଟି ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ।
ମଙ୍ଗଳବାର ୪ ପ୍ରାର୍ଥୀ-ଭାଜପାର ସନ୍ଦୀପ ଲେଲେ ଓ ଅଜିତ୍‌ ଗୋପଛଡେ ଏବଂ ରାକପାର କିରଣ ପୱାସକର ଏବଂ ଶିବାଜୀରାଓ ଗରଜେ ପ୍ରମୁଖ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ସେହିପରି ସ୍ୱାଧୀନ ପ୍ରାର୍ଥୀ ଶେହବାଜ ରାଥୋଡଙ୍କ ନାମାଙ୍କନରେ ଯାଞ୍ଚବେଳେ ତ୍ରୁଟି ବାହାରିବାରୁ ଏହାକୁ ଖାରଜ କରିଦିଆଯାଇଥିବା ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଚଳିତ ମାସ ପ୍ରାରମ୍ଭରେ ନିର୍ବାଚନ କମିଶନ ମହାରାଷ୍ଟ୍ର ବିଧାନ ପରିଷଦର ୯ଟି ଆସନ ପାଇଁ ମେ’ ୨୧ରେ ନିର୍ବାଚନ କରିବାକୁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା କରି ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ପରେ ପରେ ନିର୍ବାଚନ କମିଶନ ପକ୍ଷରୁ ଉକ୍ତ ଘୋଷଣା କରାଯାଇଥିଲା । ଗତ ବର୍ଷ ନଭେମ୍ବର ୨୮ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଉଦ୍ଧବ ଠାକରେ ମେ’ ୨୭ ସୁଦ୍ଧା ବିଧାନସଭା ଅବା ବିଧାନ ପରିଷଦକୁ ନିର୍ବାଚିତ ହେବା ଆବଶ୍ୟକ ଥିଲା । ଉଦ୍ଧବ ବିଧାନ ପରିଷଦକୁ ନିର୍ବାଚନ ହେବା ସହ ପ୍ରଥମ କରି ବିଧାୟକ ବନିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*