ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ସପା-ବସପା ମଧ୍ୟରେ ଗଠବନ୍ଧନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲକ୍ଷ୍ନୌ
ଆଗାମୀ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସପା-ବସପା ଏାଠି ହେବା ପରେ ଏବେ ମଧ୍ୟପ୍ରଦେଶ ଏବଂ ଉତ୍ତରାଖନ୍ଦରେ ମଧ୍ୟ ଦୁଇ ଦଳ ଏକାଠି ହେବାକୁ ଘୋଷଣା କରିଛି । ଦୁଇ ଦଳ ପକ୍ଷରୁ ସୋମବାର ଜାରି ବିବୃତିରେ ଗଠବନ୍ଧନ ସଂପର୍କରେ ସୂଚନା ଦିଆଯାଇଛି । ହେଲେ ଉଭୟ ରାଜ୍ୟରେ ସପାଠାରୁ ବସପା ଅଧିକ ଆସନରେ ଲଢିବ ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି । ଉତ୍ତରାଖନ୍ଦରେ ସପା ଗଧୱାଲ ଜିଲ୍ଲାରେ ସପା ଲଢିବାକୁ ଥିଲାବେଳେ ମଧ୍ୟପ୍ରଦେଶର ୩ ଆସନ-ବଲାଘାଟ, ଥିକ୍ରି ଏବଂ ଖଜୁରାହରେ ପ୍ରାର୍ଥୀ ଛିଡା କରାଇବ ସପା । ଦୁଇ ରାଜ୍ୟର ଅବଶିଷ୍ଟ ଲୋକସଭା ଆସନରେ ଭାଜପା ଏହାର ପ୍ରାର୍ଥୀ ଦେବ । ପ୍ରକାଶ ଥାଉ କି, ମଧ୍ୟପ୍ରଦେଶରେ ୨୯ଟି ଲୋକସଭା ଆସନ ରହିଥିବାବେଳେ ଉତ୍ତରାଖନ୍ଦରେ ୫ଟି ଲୋକସଭା ଆସନ ରହିଛି ।
ପୂର୍ବରୁ ଦୁଇ ଦଳ ଉତ୍ତରପ୍ରଦେଶରେ ଗଠବନ୍ଧନ କରିଥିଲେ । ସେଠାରେ ସପା ୩୭ଟି ଏବଂ ବସପା ୩୮ଟିରେ ଲଢିବାକୁ ସ୍ଥିର ହୋଇଥିଲା । ଆଉ ୩ ଆସନ ରାଲୋଦକୁ ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*