ଉତ୍କଳମଣି ସାରା ବିଶ୍ୱରେ ସେବାର ମୂର୍ତ୍ତିମନ୍ତ ପ୍ରତିକ ଥିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଉକ୍ରଳମଣି ପନ୍ଦିତ ଗୋପବନ୍ଧୁ ଦାସଙ୍କ ଜନ୍ମଦିନ ଅବସରରେ ଉକ୍ରଳ ସମ୍ମିଳନୀ ପକ୍ଷରୁ ଗୋପବନ୍ଧୁ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉକ୍ରଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ୱ କରି କହିଥିଲେ ଯେ, ସାରା ବିଶ୍ୱରେ ଦୁଇ ଜଣ ଓଡିଆ ବରପୁତ୍ର ସେବାର ମୂର୍ତ୍ତିମନ୍ତ ପ୍ରତିକ ଥିଲେ । ଜଣେ ହେଲେ ସନ୍ଥକବି ଭୀମଭୋଇ ଓ ଆଉ ଜଣେ ଉକ୍ରଳମଣି ପନ୍ଦିତ ଗୋପବନ୍ଧୁ ଦାସ । ଭୀମଭୋଇ କହିଥିଲେ ଯେ ମୋ ଜୀବନ ପଛେ ନର୍କେ ପଡିଥାଉ- ଜଗତ ଉଦ୍ଧାର ହେଉ ଓ ଗୋପବନ୍ଧୁ ଦାସ କହିଥିଲେ, ମିଶୁ ମୋର ଦେହ ଏ ଦେଶ ମାଟିରେ – ଦେଶବାସୀ ଚାଲି ଯାଆନ୍ତୁ ପିଠିରେ । ଏହା ଛୋଟ କଥା ନୁହେଁ । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀ ଶାଖା ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ବାସନ୍ତୀ ତ୍ରିପାଠୀ, ପରିଷଦ ସଦସ୍ୟ ଶିବ ପ୍ରସାଦ ମିଶ୍ର, ମହେଶ୍ୱର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗନେଇ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*