ଉଚ୍ଚମାନର କମ୍ପ୍ରେସଡ୍ ବାୟୋ ଗ୍ୟାସ୍ (ସିବିଜି) ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଫରିଦାବାଦ

ହରିୟାନାର ଫରିଦାବାଦ ଠାରେ ଉଚ୍ଚ ମାନର କମ୍ପ୍ରେସଡ୍ ବାୟୋ ଗ୍ୟାସ୍ (ସିବିଜି) ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଇନ୍ଦିଆନ୍ ଅଏଲର ଫରିଦାବାଦ୍ ସ୍ଥିତ ଅନୁସନ୍ଧାନ ଓ ବିକାଶ (ଆର ଆନ୍ଦ ଡି) କେନ୍ଦ୍ରକୁ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫରିଦାବାଦ୍ ଠାରେ ଏହି ସିଏନଜି ଉତ୍ପାଦନ ପ୍ରକଳ୍ପ ପ୍ରଥମ ଥର କରି କାର୍ଯ୍ୟକ୍ଷମ ହେବାସହ କୃଷି ଓ ଅନ୍ୟାନ୍ୟ ଜୈବ ବର୍ଜ୍ୟରୁ ଉଚ୍ଚମାନର ସିବିଜି ଉତ୍ପାଦନ କେନ୍ଦ୍ର ।
ଏହି ପ୍ରକଳ୍ପରୁ ଉତ୍ପାଦିତ ହୋଇଥିବା ପ୍ରଥମ ୨୫୦ କେଜି ସିବିଜି ବୋଝେଇ ଗାଡିକୁ ଫରିଦାବାଦ୍ ସେକ୍ଟର -୭ ସ୍ଥିତ ଇସ୍କନର ମିଡ୍ ଡେ ମିଲ୍ ପ୍ରସ୍ତୁତ କେନ୍ଦ୍ରକୁ ପତାକା ଦେଖାଇ ଏହି ଗାଡିର ଯାତ୍ରାର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ । ଇସ୍କନ ଦ୍ୱାରା ଦୈନିକ ପାଖାପାଖି ୬୦ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି ।
ଏହି ପ୍ରକଳ୍ପର ଶୁଭାରମ୍ଭ ପରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବର୍ଜ୍ୟବସ୍ତୁକୁ ଉର୍ଜ୍ଜା ସମ୍ପତିରେ ପରିଣତ କରିବାପାଇଁ ଦିଆଯାଇଥିବା ଆହ୍ୱାନର ଏହା ସଫଳ କ୍ରିୟାନ୍ୱୟନ । ଫରିଦାବାଦ୍ ସ୍ଥିତ ଏହି ପ୍ରକଳ୍ପ ଦୈନିକ ୫ ଟନ୍ ଜୈବ ବର୍ଜ୍ୟବସ୍ତୁକୁ ସିବିଜିରେ ପରିଣତ କରିବ । ଏହାଦ୍ୱାରା ଫରିଦାବାଦ୍ ର ଜୈବ ବର୍ଜ୍ୟ ପରିଚାଳନା ଓ ଉର୍ଜ୍ଜା ଆବଶ୍ୟକତାକୁ ପୂରଣ କରିବାପାଇଁ ସହାୟକ ହେବ । ଫରିଦାବାଦ୍ ଗସ୍ତ ଅବସରରେ ଏଠାରେ ଥିବା ଇନ୍ଦିଆନ୍ ଅଏଲ୍ ର ଆର ଆନ୍ଦ ଡି ପ୍ରତିଷ୍ଠାନକୁ ବୁଲି ଦେଖିଥିଲେ । ଏହି ଠାରେ ବିକଳ୍ପ ଉର୍ଜ୍ଜା ପ୍ରସ୍ତୁତି ବିଶେଷ ଭାବରେ ୨ଜି ଓ ୩ ଜି ଇଥାନଲ, ହାଇଡ୍ରୋଜେନ୍ ମିଶ୍ରିତ ସିଏନଜି, ହାଇଡ୍ରୋଜେନ୍ ଜାଳେଣି ତଥା ଭବିଷ୍ୟତର ନିରନ୍ତର ଅକ୍ଷୟ ଉର୍ଜ୍ଜା ପାଇଁ କାମରେ ଏହି ପ୍ରତିଷ୍ଠାନ ନିୟୋଜିତ ।
ଆଇଓସିଏଲ୍ ଦ୍ୱାରା ଉର୍ଜ୍ଜା ନବଉନ୍ମେଷ ଓ ଗବେଷଣା କେନ୍ଦ୍ର ମାଧ୍ୟମରେ ନୂତନ ଉର୍ଜ୍ଜାର ବିକଳ୍ପ ସନ୍ଧାନରେ ଏକ ନୂତନ କେନ୍ଦ୍ର ପ୍ରତିଷ୍ଠା ସହ ଯୁବ ବୈଜ୍ଞାନିକ ମାନଙ୍କର ନିୟୋଜନକୁ ଆଗକୁ ବଢାଉଥିବାରୁ ଶ୍ରୀ ପ୍ରଧାନ ଆଇଓସିଏଲ୍ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*