ଇସ୍ରୋ ସହାୟତରେ ଗଞ୍ଜେଇ ଜବତରେ ଓଡ଼ିଶା ପୁଲିସକୁ ସଫଳତା ୯ ମାସରେ ୧ ହଜାର ୫୪ କୁ୍ୟଣ୍ଟାଲ ଗଞ୍ଜେଇ ଜବତ : ଡିଜିପି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ/ଭୁବନେଶ୍ୱର

ରାଜ୍ୟରେ ବେଆଇନ ଗଞ୍ଜେଇ ଚାଲାଣ ରୋକିବାରେ ଓଡ଼ିଶା ପୁଲିସକୁ ସଫଳତା ମିଳିଛି । ଗତ ୯ ମାସ ମଧ୍ୟରେ ପୁଲିସ ୧ ହଜାର ୫୪ କୁ୍ୟଣ୍ଟାଲ ଗଞ୍ଜେଇ ଜବତ କରିଛିି । ଯାହା ବିଗତ ୧୦ ବର୍ଷ ମଧ୍ୟରେ ଜବତ ହୋଇଥିବା ଗଞ୍ଜେଇ ପରିମାଣଠାରୁ ଅଧିକ । ଆଗାମୀ ଦିନରେ ଇସ୍ରୋ ଏବଂ ନାର୍କୋଟିକ୍ସ କୁ୍ୟଣ୍ଟାଲ ବୁ୍ୟରୋ(ଏନସିବି) ସହାୟତାରେ ଏହି ପ୍ରକି୍ରୟାକୁ ଅଧିକ ତ୍ୱରାନିତ କରାଯିବ ବୋଲି ମଙ୍ଗଳବାର ରାଜ୍ୟ କ୍ରାଇମବ୍ରା ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନିଦେ୍ର୍ଦଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ତେବେ ଦୁର୍ଗମ ଅଞ୍ଚଳମାନଙ୍କରେ ଗଞ୍ଜେଇ ଚାଷ ହେଉଥିବାରୁ ତାହାକୁ ରୋକିବା ପୁଲିସ ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମାତ୍ର ନିଶା କାରବାର ରୋକିବା କ୍ଷେତ୍ରରେ ଓଡିଶା ପୁଲିସ ସମସ୍ତ ପ୍ରକାରର ଚ୍ୟାଲେଞ୍ଜ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଅଭୟ କହିଛନ୍ତି । ଚଳିତ ବର୍ଷ ଜାନୁଆରୀରୁ ଗତ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ପୁଲିସ ୧ ହଜାର ୫୪ କୁ୍ୟଣ୍ଟାଲ ଚୋରା ଗଞ୍ଜେଇ ଜବତ କରିଛି । ଯାହା ବିଗତ ୧୦ ବର୍ଷର ସର୍ବକାଳୀନ ରେକର୍ଡ । ଗଲା ୧୦ ବର୍ଷ ଭିତରେ ପୁଲିସ ବାର୍ଷିକ ୩ ଶହ ୧୨ କୁ୍ୟଣ୍ଟାଲ ଗଞ୍ଜେଇ ଜବତ କରିଥିôଲା । ଏପରିକି ଗତ ୫ ବର୍ଷରେ ବର୍ଷକୁ ହାରାହାରି ୪ଶହ ୧୪ କୁ୍ୟଣ୍ଟାଲ ପର୍ଯ୍ୟନ୍ତ ଗଞ୍ଜେଇ ଜବତ ହେଉଥିଲା । କିନ୍ତୁ ଚଳିତ ବର୍ଷ ପୁଲିସ ସମସ୍ତ ରେକର୍ଡ ଭଙ୍ଗ କରି ମାତ୍ର ୯ ମାସରେ ସର୍ବାଧିକ୧ ହଜାର ୫୪ କୁ୍ୟଣ୍ଟାଲ ଚୋରା ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇ ଭିତରୁ କେବଳ କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩.୧୪ କୁ୍ୟଣ୍ଟାଲ ଥିବା ବେଳେ, ମାଲକାନଗିରି ଜିଲ୍ଲାରୁ ୨୪୦.୬୬ କୁ୍ୟଣ୍ଟାଲ ଏବଂ ଗଜପତି ଜିଲ୍ଲାରୁ ୧୨୬.୫୮ କୁ୍ୟଣ୍ଟାଲ ଚୋରା ଗଞ୍ଜେଇ ଜବତ କରାଯାଇଛି ବୋଲି ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇଥିଳେ । ଏହି ତିନି ଜିଲ୍ଲାର ଥିବା ଅନେକ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଥିବାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଥିବା ଜଣାପଡିଛି । ଏହାଛଡା ନବରଙ୍ଗପୁର, କନ୍ଧମାଳ, ଦେବଗଡ, ଅନୁଗୁଳ, ସମ୍ବଲପୁରରେ ମଧ୍ୟ ଗଞ୍ଜେଇ ଚାଷ କରାଯାଉଥିବା ଜଣାପଡିଛି । ଦୁର୍ଗମ ଅଞ୍ଚଳରେ ଚାଷ ହେଉଥିବାରୁ ସେ ସବୁକୁ ଠାବ କରିବା ଯେତିକ କଷ୍ଟସାଧ୍ୟ, ସେଠାରେ ପହଞ୍ଚôô ତାହାକୁ ନଷ୍ଟ କରିବା ପୁଲିସ ଲାଗି ଅଧିକ ଚ୍ୟାଲେଞ୍ଜ ହୋଇଛି । ତେଣୁ ଗଞ୍ଜେଇ ଚାଷକୁ ଠାବ କରିବା ଲାଗି ଓଡିଶା ପୋଲିସ ଇସ୍ରୋ ଏବଂ ଏନସିବିର ସହାୟତା ଲୋଡିଛି । ଯଦ୍ୱାରା ଉପଗ୍ରହ ଜରିଆରେ ଚାଷ ହେଉଥିବା ସ୍ଥାନକୁ ସହଜରେ ଚିହ୍ନଟ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ଡିଜିପି ସୂଚନା ଦେଇଛନ୍ତି । ସେହିପରି ଗଞ୍ଜେଇ ଚାଷ, ଚାଲାଣ ଏବଂ କାରବାରୁ ସମ୍ପୂର୍ଣ୍ଣ ରୋକିବା ଲାଗି ମଧ୍ୟ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ତତସହିତ ଗଞ୍ଜେଇ ମାଫିଆଙ୍କୁ ଧରିବା ଲାଗି ନିକଟରେ ୫ଟି ରାଜ୍ୟର ପୁଲିସ ଡିଜିପିଙ୍କ ସହ ବୈଠକ ହୋଇଛି । ତେବେ ରାଜ୍ୟରେ ବ୍ରାଉନସୁଗର ଓ ଗଞ୍ଜେଇ ଚାଲାଣ ବିରୋଧରେ ଅଭିଯାନ ଜାରି ରହିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*