ଇସ୍ରୋର ବଡ ସଫଳତା ସୀମା ଓ ଶତ୍ରୁ ପକ୍ଷ ଉପରେ ନଜର ରଖିବ ଉପଗ୍ରହ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଶ୍ରୀହରିକୋଟା

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ବୁଧବାର ଏକ ନୂଆ ଇତିହାସ ରଚନା କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସକାଳ ପ୍ରାୟ ୯ଟା ୨୮ ମିନିଟରେ ଦେଶର ଧ୍ରୁବୀୟ ଉପଗ୍ରହ ପ୍ରଶିକ୍ଷଣ ଯାନ(ପିଏସ୍‌ଏଲ୍‌ଭି) ଯୋଗେ କୃତ୍ରିମ ଉପଗ୍ରହ କାର୍ଟୋସାଟ୍‌-୩କୁ ଉତ୍‌କ୍ଷେପଣ କରିଛି ଇସ୍ରୋ । ଭାରତୀୟ ପ୍ରତିରକ୍ଷା ବିଭାଗ ଲାଗି ଏହା ଏକ ବଡ଼ ପଦକ୍ଷେପ ଅଟେ । କାରଣ କାର୍ଟୋସେଟ୍‌-୩ ଉପଗ୍ରହରେ ବିଶ୍ୱର ସବୁଠାରୁ ଉନ୍ନତ ଏବଂ ଶକ୍ତିଶାଳୀ କ୍ୟାମେରା ଖଞ୍ଜାଯାଇଛି । ଖାସ୍‌ ଏଥିପାଇଁ କାର୍ଟୋସେଟ୍‌-୩ ସାଟେଲାଇଟ୍‌ ସେନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାଦ୍ୱାରା ସୀମାରେ ସୁରକ୍ଷା ଏବଂ ଆତଙ୍କୀ ଅନୁପ୍ରବେଶକୁ ରୋକିବାରେ ସହାୟକ ହେବ । କୁହାଯାଉଛି ଯେ, ପାକିସ୍ତାନ ଉପରେ ନଜର ରଖିବା ସହ ଆତଙ୍କୀ ଗତିବିଧି ଉପରେ ମଧ୍ୟ କଡ଼ା ନଜର ରଖାଯାଇପାରିବ । ତେଣୁ ଏହାକୁ ତ୍ରିନେତ୍ରର ଆଖ୍ୟା ଦିଆଯାଇଛି ।
କାର୍ଟୋସାଟ୍‌-୩ ସାଟେଲାଇଟ୍‌ ଏକ ଉଚ୍ଚ ଗୁଣବତ୍ତାର ଚିତ୍ର ଉତ୍ତୋଳନ କରିବାର କ୍ଷମତା ବିଶିଷ୍ଟ ତୃତୀୟ ପିଢ଼ିର ଉନ୍ନତ ଉପଗ୍ରହ ଅଟେ । ଏହି କ୍ୟାମେରା ଜରିଆରେ ଅତି କ୍ଷୁଦ୍ର ବସ୍ତୁରକୁ ସ୍ପଷ୍ଟ ଭାବେ ଦେଖିହେବ । ଭୂମିଠାରୁ ମାତ୍ର ୦.୨୫ ମିଟର(୯.୮୪ଇଞ୍ଚ୍‌) ଉଚ୍ଚତା ପର୍ଯ୍ୟନ୍ତ ଫଟୋ ବା ଚିତ୍ର ଉତ୍ତୋଳନ କରିବାର ଦକ୍ଷତା ଏହାର ଅଛି । ଏହା ହାତ ଘଣ୍ଟାର ସମୟକୁ ମଧ୍ୟ ବତାଇବାରେ ସକ୍ଷମ ବୋଲି କୁହାଯାଉଛି । ଏହା ସବୁ ଋତୁରେ ପୃଥିବୀର ଫଟୋ ଉତ୍ତୋଳନ କରିବାରେ ସକ୍ଷମ ଅଟେ । ଏହାର ଓଜନ ୧୬୦୦୦ କିଲୋଗ୍ରାମ୍‌ରୁ ଅଧିକ ହେବ ।
କାର୍ଟୋସାଟ୍‌-୩ ସହ ଆମେରିକାର ୧୩ଟି ଅତି କ୍ଷୁଦ୍ର ଉପଗ୍ରହକୁ ମଧ୍ୟ ଏହାର କକ୍ଷପଥରେ ସ୍ଥାପନ କରିବାରେ ସଫଳ ହୋଇଛି । ଏଥିଲାଗି ମଙ୍ଗଳବାର ସକାଳ ୭ଟା ୨୮ ମିନିଟରେ ଓଲଟା ଗଣତି ଆରମ୍ଭ ହୋଇଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହାର ଉଡାଣକୁ ପର୍ଯ୍ୟବେକ୍ଷଣ କରିବା ଲାଗି ଇସ୍ରୋ ଅଧ୍ୟକ୍ଷ କେ ଶିବନ ମଧ୍ୟ ଅନ୍ୟ ବୈଜ୍ଞାନିକମାନଙ୍କ ସହ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ଥିଲେ । ଆଜିର ୧୩ଟି କୃତ୍ରିମ ଉପଗ୍ରହଗୁଡ଼ିକୁ କକ୍ଷ ପଥରେ ସ୍ଥାପିତ କରିବା ପରେ ଭାରତ ୩୦୦ରୁ ଊଦ୍ଧ୍ୱର୍ ବିଦେଶୀ କୃତ୍ରିମ ଉପଗ୍ରହଗୁଡ଼ିକୁ ଲଞ୍ଚ୍‌ କରି ରେକର୍ଡ ସୃଷ୍ଟି କରିଛି । ସୂଚନା ଥାଉ ଯେ, ଭାରତୀୟ ଅନ୍ତରୀକ୍ଷ ବିଭାଗର ନୁ୍ୟ ସ୍ପେସ୍‌ ଇନ୍ଦିଆ ଲିମିଟେଡ୍‌ (ଏନ୍‌ଏସ୍‌ଆଇଏଲ୍‌) ସହ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ପିଏସ୍‌ଏଲ୍‌ଭି ନିଜ ସହିତ ଆମେରିକାର ୧୩ଟି କ୍ଷୁଦ୍ର ଉପଗ୍ରହଗୁଡ଼ିକୁ ମଧ୍ୟ ନେଇଛି । କାର୍ଟୋସାଟ୍‌-୩କୁ ପୃଥିବୀଠାରୁ ୫୦୯ କିଲୋମିଟର ଉଚ୍ଚତାରେ ସ୍ଥିତ କକ୍ଷରେ ୯୭.୫ ଡିଗ୍ରୀରେ ଅବସ୍ଥାପିତ କରାଯିବ । ଏହା ହେଉଛି ପିଏସ୍‌ଏଲ୍‌ଭି-ସି୪୭ର ୪୯ତମ ଉଡାଣ । ଏହା ଶ୍ରୀ ହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍‌ ସେଣ୍ଟରରୁ ୭୪ତମ ଉତ୍‌କ୍ଷେପଣ ମିଶନ ଅଟେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*