ଇସ୍ପାତ୍ ବ୍ୟବହାର ବୃଦ୍ଧି ପାଇଁ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ ଆବଶ୍ୟକ : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନୂଆଦିଲ୍ଲୀ/ଭୁବନେଶ୍ୱର

ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଇସ୍ପାତ୍ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଇସ୍ପାତି ଇରାଦା: ନିର୍ମାଣ ଓ ଭିତିଭୂମି କ୍ଷେତ୍ରକୁ ଧ୍ୟାନରେ ରଖି ଇସ୍ପାତ୍ର ବ୍ୟବହାରକୁ ବଢାଇବା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଉଚ୍ଚମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି । ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତି ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି । ଏହା କେବଳ ଗୋଟିଏ ସ୍ଲୋଗାନ ନୁହେଁ ବରଂ ଦେଶର ଅର୍ଥନୀତି, ଗରିବଙ୍କ ଜୀବନଶୈଳୀ, ପରିବେଶ ସୁରକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ।
ଭାରତ ରେଳ, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ଉର୍ଜା କ୍ଷେତ୍ରକୁ ମଜବୁତ୍ କରିବା ପାଇଁ ବଡ ପୁଞ୍ଜିନିବେଶ କରୁଛି । ଯାହା ଦ୍ୱାରା ଦେଶରେ ଇସ୍ପାତ୍ର ବ୍ୟବହାର ବଢିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଦେଶର ନିର୍ମାଣ କ୍ଷେତ୍ରରେ ଇସ୍ପାତ ଉତ୍ପାଦନକୁ ବଢାଇବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।
ଏହି ୱେବିନାରରେ କେନ୍ଦ୍ର ରାଷ୍ଟ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଯୋଗଦେଇ ଦେଶ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଅନେକ ସୁଯୋଗ ରହିଛି । ଇସ୍ପାତର ବ୍ୟବହାର ଗ୍ରାମାଞ୍ଚଳରେ ଜାତୀୟ ହାରାହାରି ତୁଳନାରେ ଏକ ତୃତୀୟାଂଶ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*