ଇସ୍ତଫା ପ୍ରତ୍ୟାହାର ଚାହୁଁଛନ୍ତି ବିଦ୍ରୋହୀ ଆପ୍‌ ବିଧାୟକ ସୁଖପାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଚଣ୍ଡିଗଡ଼

ଆପ୍‌ର ବିଦ୍ରୋହୀ ବିଧାୟକ ସୁଖପାଲ ସିଂ ଖେହରା ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏବେ ସେ ଇସ୍ତଫା ପ୍ରତ୍ୟାହାର ପାଇଁ ବିଧାନସଭା ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି । ଏଥିସହ ସେ ନିଜ ବିରୋଧରେ ଚାଲିଥିବା ଦଳ ବଦଳ ଅଧିନିୟମ ମାମଲା ପାଇଁ ଅତିରିକ୍ତ ସମୟ ଦେବାକୁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ସୁଖପାଳ ଇସ୍ତଫା ଦେଇଥିଲେ । ସେ ଭଟିନ୍ଦା ଆସନରୁ ନିର୍ବାଚନ ଲଢିଥିଲେ । ତେବେ ନିର୍ବାଚନରେ ସେ ୪ର୍ଥ ସ୍ଥାନରେ ରହିଥିଲେ । ଏବେ ଇସ୍ତଫା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲା ବେଳେ ଆପ୍‌ ନେତା ହରପାଳ ସିଂ ଚିମ୍ମା କହିଛନ୍ତି ଯେ, ସୁଖପାଳ ଜଣେ ବିଶ୍ୱାସଘାତି ଏବଂ ଅବସରବାଦୀ ନେତା ଅଟନ୍ତି । ତାଙ୍କ ପାଇଁ ଆମ ଦୁଆର ସବୁବେଳେ ବନ୍ଦ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*