ଇସଲାମବାଦ୍‌ ପହଞ୍ଚିଲେ ଚୀନ ଉପବୈଦେଶିକ ମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ

ଭାରତ ଓ ପାକିସ୍ଥାନ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ଅବସ୍ଥା ମଧ୍ୟରେ ଏକ ବିଶେଷ ଘଟଣାକ୍ରମରେ ଚୀନର ଉପବୈଦେଶିକ ମନ୍ତ୍ରୀ କଙ୍ଗ୍‌ ଝୁଆନୟୁ ଇସଲାମବାଦ ପହଞ୍ଚôଛନ୍ତି । ପୁଲୱାମା ଆତଙ୍କୀ ଘଟଣା ପରେ ଭାରତ ଓ ପାକିସ୍ତାନର ସମ୍ପର୍କ ଖୁବ୍‌ ତିକ୍ତ ହୋଇଯାଇଛି । ସେଭଳି ସମୟରେ ଚୀନ ଉପବୈଦେଶିକ ମନ୍ତ୍ରୀଙ୍କର ପାକିସ୍ଥାନ ଗସ୍ତକୁ ଖୁବ୍‌ ଗୁରୁତ୍ୱ ଦିଆଯାଉଛି । ଚୀନ ବୈଦେଶିକ ବିଭାଗର ମୁଖପାତ୍ର ଲୁ କାଙ୍ଗ୍‌ ବୁଧବାର ଦିନ ବେଜିଂରେ କହିଛନ୍ତି ଯେ ଆମ ଉପବୈଦେଶିକ ମନ୍ତ୍ରୀ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛନ୍ତି । ଭାରତ – ପାକ୍‌ ଅବସ୍ଥା ଉପରେ ସେ ପାକ୍‌ ନେତାମାନଙ୍କ ସହ ଆଲୋଚନା କରିବେ । ବେଜିଂ ପକ୍ଷରୁ ଭାରତ ଓ ପାକିସ୍ତାନ ସମ୍ପର୍କ ଉପରେ ଆଲୋଚନା ପାଇଁ ଜଣେ ଦୂତ ପଠାଯିବା ସମ୍ପୂର୍ଣ୍ଣ ନୂଆ ବିଷୟ ହୋଇଥିବାରୁ ଏହାକୁ କୁଟନୈତିକ ମହଲରେ ଖୁବ୍‌ ଗୁରୁତ୍ୱ ଦିଆଯାଉଛି । ତେବେ ପାକ୍‌ ଗସ୍ତ ପରେ ସେ ଭାରତ ଆସିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଚୀନ ବୈଦେଶିକ ମୁଖପାତ୍ର କିନ୍ତୁ ଏ ବିଷୟରେ ନିର୍ଦ୍ଦିଷ୍ଟ କିଛି କହିନଥିଲେ । ବରଂ ସେ କହିଥିଲେ ଉଭୟ ଭାରତ ଓ ପାକିସ୍ତାନ ଦକ୍ଷିଣ ଏସିଆର ଦୁଇ ପ୍ରମୁଖ ରାଷ୍ଟ୍ର । ତେଣୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆସିଲେ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପିତ ହୋଇପାରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*