ଇମ୍ରାନଙ୍କୁ ନୋବେଲ ପାଇଁ ପ୍ରସ୍ତାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ଭାରତୀୟ ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନଙ୍କୁ ଛାଡି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରିଥିବା ସକାଶେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ପାକିସ୍ତାନ ସଂସଦରେ ଶନିବାର ସର୍ବସମ୍ମତକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି । ପାକ୍‌ ସୂଚନା ମନ୍ତ୍ରୀ ପୱାଦ ଚୌଧୁରୀ ଏହି ପ୍ରସ୍ତାବ ସଂସଦରେ ଉପସ୍ଥାପିତ କରିଥିଲେ । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାସ୍ଥିତିକୁ ଶାନ୍ତ କରିବା ପାଇଁ ଇମ୍ରାନ୍‌ ଠିକଣା ସମୟରେ ଦାୟିତ୍ୱର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତେଣୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ହକଦାର ବୋଲି ପ୍ରସ୍ତାବରେ କୁହାଯାଇଛି । ପାକ୍‌ ସଂସଦର ଏହି ପ୍ରସ୍ତାବକୁୁ ଭାରତୀୟ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଛି । ଲୋକମାନେ ଏହାକୁ କଟାକ୍ଷ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*