ଇନ୍ଦୋର ଟେଷ୍ଟ: ୩୪୩ ରନର ଲିଡ୍‌ରେ ଭାରତ ମୟଙ୍କଙ୍କ ୨୪୩: ଦମଦାର ସ୍ଥିତିରେ ଟିମ୍‌ ଇଣ୍ଡିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଇନ୍ଦୋର

ଓପନର ମୟଙ୍କ ଅଗ୍ରୱାଲ ନିଜ ଦ୍ୱିତୀୟ ଟେଷ୍ଟ ଡବଲ ସେଞ୍ଚୁରୀ ଅର୍ଜନ କରିବା ଏବଂ ରାହାଣେଙ୍କ ପାଖରୁ ସହଯୋଗ ଆସିବା କାରଣରୁ ଏହି ପ୍ରଥମ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଦିନ ଖେଳ ସରିଲା ବେଳକୁ ଭାରତ ଦମଦାର ସ୍ଥିତିରେ ଅଛି । ପ୍ରଥମ ଦିନ ବାଂଲାଦେଶକୁ କେବଳ ୧୫୦ ରନରେ ଅଲଆଉଟ୍‌ କରିଥିବା ଭାରତ ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ନିଜ ଅକ୍ତିଆର ମଧ୍ୟକୁ ନେଇଛି । ୩୩୦ ବଲରୁ ୨୪୩ ମୟଙ୍କ ସ୍କୋର କରିବା ଏବଂ ଆଜିଙ୍କ୍ୟ ରାହାଣେ ୮୬ ରନର ଉପଯୋଗୀ ଇନିଂସ ଖେଳିବା ବଳରେ ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନ ଖେଳ ସରିବା ବେଳକୁ ଭାରତ ୬ ୱିକେଟରେ ୪୯୩ ରନ୍‌ କରି ନେଇଥିଲା । ୩୪୩ ରନର ବିଶାଳ ଲିଡ୍‌ ହାସଲ କରିନେଇ ମ୍ୟାଚକୁ ନିଜ ମୁଣାରେ ରଖି ସାରିଛି ଭାରତ । ଦ୍ୱିତୀୟ ଦିନର ଖେଳ ସରିବା ବେଳେ ରବିନ୍ଦ୍ର ଜାଦେଜା ୬୦ ଏବଂ ଉମେଶ ଯାଦବ ୨୫ ରନ୍‌ କରି ବ୍ୟାଟିଂ କରୁଥିଲେ । ୭ମ ୱିକେଟ ପାଇଁ ଉମେଶ ଓ ରବିନ୍ଦ୍ର ଯୋଡ଼ି ସାରିଲେଣି ୩୪ ରନ୍‌ । ବାଂଲାଦେଶ ପକ୍ଷରୁ ଅବୁ ଜାଏଦ ୧୦୮ ରନ୍‌ ଦେଇ ୪ ସଫଳତା ହାସଲ କରି ଦଳର ସଫଳତମ ବୋଲର ହୋଇଛନ୍ତି । ଆହୁରି ୩ ଦିନ ଖେଳ ବାକି ଥିଲା ବେଳେ ଭାରତ ଇନିଂସ ବିଜୟ ଆଡକୁ ମୁହାଁଇଥିବା ସ୍ପଷ୍ଟ ବୁଝା ପଡ଼ି ଯାଉଛି ।
ଅଗ୍ରୱାଲ ଯିଏ ନିଜ ୨୪୩ ରନରେ ୮ଟି ଛ’କା ଏବଂ ୨୮ଟି ଚୌକା ମାରିଥିଲେ ସେ ଭାରତ ବିପକ୍ଷରେ ଦ୍ୱିତୀୟ ସର୍ବାଧିକ ଟେଷ୍ଟ ସ୍କୋର ଅର୍ଜନ କରିଛନ୍ତି । ସବୁଠାରୁ ଅଧିକ ରନ୍‌ ବାଂଲାଦେଶ ବିପକ୍ଷରେ ସଚିନ୍‌ କରିଥିଲେ ୨୩୯ ରନ୍‌ ସ୍କୋର କରି । ମୟଙ୍କ ୧୫୦ ରନ୍‌ ଚୌକା ମାରି ହାସଲ କରିବା ବେଳେ ବିରାଟ କୋହଲି ନିଜ ଦୁଇ ଆଙ୍ଗୁଳି ଉଠାଇ ତାଙ୍କୁ ଦ୍ୱିଶତକ ଆଡକୁ ଅଗ୍ରସର ହେବାକୁ ପାଭିଲିୟନ୍‌ରୁ ନିଦେ୍ର୍ଦଶ ଦେଇଥିଲେ । ଯାହାକୁ ସୁନ୍ଦର ଭାବରେ ମାନି ନେଇଥିଲେ ମୟଙ୍କ । ଏକ ବିରାଟ ଛ’କା ମାରି ନିଜ ଡବଲ ସେଞ୍ଚୁରୀ ବଡ଼ ଷ୍ଟାଇଲରେ ହାସଲ କରିଥିଲେ ସେ । ମୟଙ୍କଙ୍କ ଚମକ୍ରାର ଇନିଂସ ବଡ଼ ଆବଶ୍ୟକ ହୋଇପଡ଼ିଥିଲା କାରଣ ଅଧିନାୟକ ବିରାଟ କୋହଲି ଖାତା ନ ଖୋଲି ଆଉଟ୍‌ ହୋଇଥିଲେ ଆଉ ଚେତେଶ୍ୱର ପୂଜାରା ୫୪ ରନରେ ଫେରି ଯାଇଥିଲେ ଫାଭିଲିୟନ । ମାତ୍ର ୪ ଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଏହି ମ୍ୟାଚ୍‌ ଖେଳୁଥିବା ବାଂଲାଦେଶ ଏଥିପାଇଁ ନିଶ୍ଚିତ ଖୁବ୍‌ ପସ୍ତାଉଥିବ । କାରଣ ପେସ୍‌ ବୋଲର ହୋସେନ୍‌ ଏବଂ ବାମହାତି ସ୍ପିନର ତାଇଜୁଲ୍‌ ଆଦୌ ପ୍ରଭାବ ଅଗ୍ରୱାଲ- ରାହାଣେ ଯୋଡ଼ି ଉପରେ ପକାଇ ପାରି ନଥିଲେ । ଯେଉଁ ପିଚରେ ମ୍ୟାଚର ପ୍ରଥମ ଦିନ ବାଂଲାଦେଶୀ ବ୍ୟାଟସମ୍ୟାନ୍‌ ହଇରାଣରେ ପଡ଼ିଥିଲେ ସେଥିରେ ରାହାଣେ ଓ ଅଗ୍ରୱାଲ ଦେଖାଇଥିଲେ ଦମଦାର ଖେଳ । ଦୁହେଁ ୪ର୍ଥ ୱିକେଟ ପାଇ ୧୯୦ ରନର ଯୋଗଦାନ ଦେଇଥିଲେ । ରାହାଣେ ଆଉଟ୍‌ ହେବା ପରେ ଜାଦେଜାଙ୍କ ସହ ଭଲ ଯୋଡ଼ି ବନାଇଥିଲେ ମୟଙ୍କ । ସେମାନେ ୫ମ ୱିକେଟରେ ୧୨୩ ରନ୍‌ ଯୋଡ଼ିବା ଭାରତୀୟ ଇନିଂସ ପାଇ ବଡ଼ ଫାଇଦାପୂର୍ଣ୍ଣ ହୋଇଥିଲା । ୱିକେଟକିପର ଶାହା ୧୨ ରନର ଦେଇଥିଲେ ଯୋଗଦାନ ।
୫ ଇନିଂସରେ୨ଟି ଦ୍ୱି-ଶତକ
ଓପନର ଭାବରେ ଭାରତୀୟ ଦଳରୁ ସୁଯୋଗ ପାଇବା ପରଠାରୁ କର୍ଣ୍ଣାଟକର ଏହି ସାହସୀ ବ୍ୟାଟସମ୍ୟାନ୍‌ ମୟଙ୍କ ଅଗ୍ରୱାଲ ନିଜ ଛାପ ଛାଡ଼ିବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ସେ ଅଛନ୍ତି ଟପ୍‌ ଫର୍ମରେ । ଗତ ୫ଟି ଟେଷ୍ଟ ଇନିଂସ ଭିତରେ ମୟଙ୍କ ମାରି ସାରିଲେଣି ୨ଟି ଡବଲ ସେଞ୍ଚୁରୀ । ଘରୋଇ କ୍ରିକେଟରେ ସେ ତ୍ରି-ଶତକ ଲଗାଇ ସାରିଛନ୍ତି । ତେଣୁ ସେ ଜାଣନ୍ତି ୬୦ରୁ କିପରି ୧୦୦ କରାଯାଏ, ୧୨୦କୁ କିପରି ୧୫୦ କରାଯାଏ ଆଉ ତା ପରେ କିପରି ଦ୍ୱି-ଶତକ ହାସଲ କରାଯାଏ । ଏହା ଆପଣ ଆଗରୁ କରିନଥିଲେ ଆପଣଙ୍କ ଧ୍ୟାନ ରହିବ ନାହିଁ ବୋଲି ମୟଙ୍କଙ୍କ ବ୍ୟାଟିଂ ବେଳେ ଧାରା ବିବରଣୀ ଦେଲା ବେଳେ କହିଥିଲେ ବିଖ୍ୟାତ ଓପନର ସୁନୀଲ ଗାଭାସ୍କର । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୟଙ୍କ ମାରିଥିଲେ ନିଜ ପ୍ରଥମ ଟେଷ୍ଟରେ ଡବଲ ସେଞ୍ଚୁରୀ ।

ଗମ୍ଭୀରଙ୍କୁ ହସାଇଲେ ଲକ୍ଷ୍ମଣ


ପୂର୍ବତନ ଭାରତୀୟ ଓପନର ତଥା ବର୍ତ୍ତମାନର ଭାଜପା ସାଂସଦ ଜଣେ ଅତ୍ୟନ୍ତ ଗମ୍ଭୀର ମଣିଷ ଭାବେ ଜଣାଶୁଣା । ପ୍ରକାଶ୍ୟରେ ତାଙ୍କୁ ଜୋରରେ ହସିବା ଦେଖାଯାଇ ନାହିଁ । ହେଲେ ଶୁକ୍ରବାର ଦିନ ତାଙ୍କୁ ଜୋରରେ ହସାଇ ଦେଇଛନ୍ତି ଭିଭିଏସ୍‌ ଲକ୍ଷ୍ମଣ । ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବା ଆଗରୁ ଲକ୍ଷ୍ମଣ, ଗମ୍ଭୀର ଏବଂ କାର୍ଯ୍ୟକ୍ରମ ସଞ୍ଚାଳକ ଯତୀନ୍‌ ସକାଳ ଜଳଖିଆ କରିବାକୁ ଯାଇଥିଲେ । ଚୁଡ଼ା ଉପମା ଏବଂ ଜିଲାପି ଖାଇଲା ବେଳେ ଗମ୍ଭୀର ଠୋ ଠୋ ମାରି ହସୁଥିବା ଧେକିବାକୁ ମିଳିଥିଲା । ସେହି ଫଟୋ ଏବେ ଭାଇରାଲ ହୋଇଛି । ତେବେ ଦିଲ୍ଲୀ ସାଂସଦ ଥିବା ଗମ୍ଭୀର ବାୟୁ ପ୍ରଦୂଷଣ ବୈଠକ ଛାଡ଼ି କମେଣ୍ଟି୍ର ଦେବାକୁ ଲୋକେ ବଡ଼ ବିଚରକ୍ତ ହୋଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*