‘ଇନ୍ଦୁ କୀ ଜୱାନୀ’ର ଟିଜର ରିଲିଜ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ଅପ୍‌କମିଂ ଫିଲ୍ମ ‘ଇନ୍ଦୁ କୀ ଜୱାନୀ’ର ଟିଜର ଏଇ ନିକଟରେ ରିଲିଜ ହୋଇଯାଇଛି । ଏହି ଫିଲ୍ମରେ ସେ ଗାଜିଆବାଦ୍‌ର ଇନ୍ଦୁ ଗୁପ୍ତା ନାମକ ଜଣେ ଯୁବତୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । କିଆରା ଆଡଭାଣୀ ଏଇ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଫିଲ୍ମର ଟିଜର ସେୟାର କରିଛନ୍ତି । ଏଥିରେ ସେ ଗୋଲାପୀ ରଙ୍ଗର ସୁଟ୍‌ ପିନ୍ଧିଥିବା ନଜର ଆସୁଛନ୍ତି । କିଆରା ଡେଟିଂ ୱେବ୍‌ ସାଇଟରେ ନିଜର ଆକାଉଣ୍ଟ ପ୍ରସ୍ତୁତ କରିବା କଥା କହୁଥିବା ଟିଜରରେ ଦେଖିବାକୁ ମିଳୁଛି । ଭିଡିଓରେ ଫିଲ୍ମର ଟିମ୍‌ ସେପ୍ଟେମ୍ବର ୧୬ରେ ଦର୍ଶକଙ୍କ ପାଇଁ କିଛି ସର୍‌ପ୍ରାଇଜ୍‌ ଆଣୁଥିବା ଦେଖାଇଛି । ସୂଚନା ଯୋଗ୍ୟ ଯେ, ଏହା ଏକ କମେଡି ଭିତ୍ତିକ ଫିଲ୍ମ ଅଟେ । ଫିଲ୍ମର କାହାଣୀ ଅନୁସାରେ କିଆରା ଅର୍ଥାତ୍‌ ଇନ୍ଦୁ ଗୁପ୍ତା ନିଜର ଏକ ଡେଟିଂ ଆପ୍‌ ସ୍ୱାଇପ୍‌ କରୁଛନ୍ତି ଏବଂ ଏହାପରେ ତାଙ୍କ ଜୀବନରେ କିଭଳି ଗଡ଼ବଡ଼ ସୃଷ୍ଟି ହେଉଛି ତାହା ଦର୍ଶକ ଦେଖିବାକୁ ପାଇବେ ଫିଲ୍ମରେ । ଫିଲ୍ମ ‘ଇନ୍ଦୁ କୀ ଜୱାନୀ’କୁ ବଙ୍ଗାଲି ଫିଲ୍ମମେକର୍‌ ଆବୀର ସେନ୍‌ଗୁପ୍ତା ଡାଇରେକ୍ଟ କରୁଛନ୍ତି । ଫିଲ୍ମକୁ ମୋନିଷା ଆଡଭାଣୀ, ମଧୁ ଭୋଜୱାନୀ ପ୍ରଡୁ୍ୟସ୍‌ କରୁଥିବା ବେଳେ ତାଙ୍କ ସହିତ ନିଖିଲ ଆଡଭାଣୀ, ନିରଞ୍ଜନ ଅୟଙ୍ଗର ଏବଂ ରାୟନ୍‌ ଷ୍ଟିଫେନ୍‌ କୋ-ପ୍ରଡୁ୍ୟସ୍‌ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*