ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଏଥର ହେବ ବିଶ୍ୱଟୁର ବ୍ୟାଡମିଣ୍ଟନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସ : ନୂଆଦିଲ୍ଲୀ
ମାର୍ଚ୍ଚ ୨୬ରୁ ୩୧ ତାରିଖ ମଧ୍ୟରେ ବିଶ୍ୱଟୁର୍‌ ସୁପର ସିରିଜ୍‌ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ପ୍ରଥମ ଥର ପାଇଁ ଏହା ଇନ୍ଦିରା ଗାନ୍ଧୀ ଇନେ୍ଦାର ଷ୍ଟାଡିୟମରେ ଅନୁଷ୍ଠିତ ହେବ । ୯ମ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଥିଲା ବେଳେ ପୁରୁଣା ନାମକରା ଷ୍ଟାଡିୟମରେ ଏହାର ଆୟୋଜନ ପାଇଁ ସ୍ଥିର କରାଯାଇଛି । ପୂର୍ବରୁ ଏହି ପ୍ରତିଯୋଗିତା ସିରିଫୋର୍ଟ କ୍ରୀଡ଼ା କେନ୍ଦ୍ରରେ ଆୟୋଜିତ ହେଉଥିଲା । ଇନ୍ଦିରା ଗାନ୍ଧୀ ଇନେ୍ଦାର ଷ୍ଟାଡିୟମ ମଧ୍ୟରେ ଥିବା କେଡି ଯାଦଭ ଇନେ୍ଦାର ହଲ୍‌ରେ ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତା ଖେଳାଯିବ । ୩୫୦ ହଜାର ଆମେରିକୀୟ ଡଲାର ପୁରଷ୍କାର ରାଶିଯୁକ୍ତ ଏହି ପ୍ରତିଯୋଗିତାରେ ବିଶ୍ୱର ସବୁବଡ଼ ବ୍ୟାଡମିଣ୍ଟନ ଖେଳାଳି ଭାଗ ନେବାପାଇଁ ରାଜି ହୋଇସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*