ଇନିଂସ ବିଜୟ ସହ ସିରିଜ ସିଲ୍‌ କଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ପୁନେ

ଭାରତୀୟ କି୍ରକେଟ ଦଳର ଟେଷ୍ଟ ଦୁନିଆରେ ବିଜୟ ରଥ ଆଗକୁ ବଢିଛି । ରବିବାର ଦିନ ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନ ଭାରତ ଦକ୍ଷିଣ ଆଫି୍ରକାକୁ ବଡ଼ ଅପମାନଜନକ ଢଙ୍ଗରେ ଇନିଂସ ପରାଜୟ ପ୍ରଦାନ କରିଛି । ଭାରତ ଦ୍ୱିତୀୟ ଟେଷ୍ଟକୁ ଏକ ଇନିଂସ ଓ ୧୩୭ ରନ୍‌ରେ ଜିତି ତିନିଟିକିଆ ଟେଷ୍ଟ ସିରିଜରେ ୨-୦ର ଅପରାଜୟ ଅଗ୍ରଣୀ ଲାଭ କରିନେଇଛି । ଭାରତୀୟ ପିଚ୍‌ରେ ଘରୋଇ ବୋଲରମାନଙ୍କର ସାମ୍ନା ଲଗାତାର ଦ୍ୱିତୀୟ ମ୍ୟାଚ୍‌ରେ କରି ନପାରି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ମାନେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିନେଇଛନ୍ତି । ଘରୋଇ ମାଟିରେ ପୁଣି ଥରେ ଭାରତ ଟେଷ୍ଟ କି୍ରକେଟରେ ନିଜ ଦମ୍ଭ ଦେଖାଇଦେଇଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ରେ ଭାରତ ଏବେ ମୋଟ୍‌ ୨୦୦ ପଏଣ୍ଟ ହାସଲ କରି ବଡ଼ ଲିଡ୍‌ ନେଇଯାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ୫୦ତମ ଟେଷ୍ଟ ମ୍ୟାଚ୍‌ ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନା କରିବା ସହ ଘରୋଇ ମାଟିରେ ଦଳକୁ ଲଗାତାର ୧୧ଟି ସିରିଜ ବିଜୟ ପ୍ରଦାନ କରାଇପାରିଛନ୍ତି । ଏହା ଏକ ବିଶ୍ୱ ରେକର୍ଡ ।
ରବିବାର ମ୍ୟାଚର ୪ର୍ଥ ଦିନ ଫଲୋଅନ ପରେ ନିଜ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିବା ଦକ୍ଷିଣ ଆଫି୍ରକା ଦଳ ଚା’ ପାନ ବିରତୀ ପରେ ପରେ କେବଳ ୧୮୯ରନ୍‌ ୬୭.୨ ଓଭରରେ କରି ଅଲଆଉଟ୍‌ ହୋଇଯାଇଥିଲା । ନିଜ ଏକମାତ୍ର ଇନିଂସରେ ବ୍ୟାଟ୍ସମ୍ୟାନ୍‌ ମାନେ ଦମଦାର ପ୍ରଦର୍ଶନ କରିଥିବା ବେଳେ ବୋଲିଂ ବିଭାଗର ମିଳିତ ପ୍ରାୟାସ କାରଣରୁ ଭାରତକୁ ମିଳିପାରିଛି ଇନିଂସ ବିଜୟ । ୫ଜଣିଆ ବୋଲିଂ ଆକ୍ରମଣ ଦକ୍ଷିଣ ଆଫି୍ରକାକୁ ଲହୁଲୁହାଣ କରିଦେଇଥିଲା । ଖାସ୍‌ କରି ଉମେଶ ଯାଦବ ବଢିଆ ପ୍ରଦର୍ଶନ କରି ଦ୍ୱିତୀୟ ଇନିଂସରେ କେବଳ ୨୨ରନ୍‌ ଦେଇ ପାଇଛନ୍ତି ୩ ୱିକେଟ୍‌ । ଜାଡେଜା ୫୨ ରନ୍‌ ଦେଇ ୩, ଅଶ୍ୱିନ ୪୫ ରନ୍‌ ଦେଇ ୨ ଏବଂ ସାମି ଓ ଇଶାନ୍ତ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଛନ୍ତି । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଦକ୍ଷିଣ ଆଫି୍ରକାର ପଛ ଭାଗର ଦୁଇ ବ୍ୟାଟ୍ସମ୍ୟାନ ଫିଲାନ୍ଦର (୩୭) ଏବଂ ମହାରାଜ (୨୨) ପୁଣି ଥରେ ଏକାଠି ଲଢି ୫୬ରନ୍‌ ଯୋଡିବା ସହ ନିଜ ପରାଜୟକୁ କିଛି ସମୟ ପାଇଁ ଟାଳିବାର ଚେଷ୍ଟା କରିଥିଲେ । ଦୁଇଦଳ ମଧ୍ୟରେ ତୃତୀୟ ତଥା ଶେଷ ମ୍ୟାଚ୍‌ ୧୯ ତାରିଖରୁ ରାଞ୍ଚିରେ ଆରମ୍ଭ ହେବ ।
ରବିବାର ସକାଳେ ଫଲୋଅନ୍‌ ବ୍ୟାଟିଂ କରିବାକୁ ଦକ୍ଷିଣ ଆଫି୍ରକା ଆସିଥିଲା ବେଳେ ଏଲଗାର ୭୨ ବଲରୁ ୪୮ ରନ୍‌ କରି ଦଳକୁ ଭଲ ଆରମ୍ଭ ଦେବାର ଚେଷ୍ଟା କରିଥିଲେ । ୱିକେଟ୍‌ ରକ୍ଷକ ରିଦ୍ଧିମାନ ଶାହାଙ୍କ ଚମକ୍ରାର କିପିଂ ପୂରା ମ୍ୟାଚ୍‌ରେ ଦେଖିବାକୁ ମିଳିଛି । ଭାରତୀୟ ବୋଲରମାନଙ୍କର ଆଦø ପ୍ରତିରୋଧ ଭ୍ରମଣକାରୀ ଦଳ ନ କରି ପାରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
୧୪୦ ପଏଣ୍ଟର ଲିଡ୍‌
ରବିବାର ପୁନେ ଟେଷ୍ଟ ମ୍ୟାଚ୍‌ ଜିତି ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ରେ ପ୍ରଥମ ସ୍ଥାନ ଦୃଢତାର ସହ ବଜାୟ ରଖିଛି । ଏହି ମ୍ୟାଚରୁ ୪୦ ପଏଣ୍ଟ ହାସଲ କରି ଭାରତର ମୋଟ୍‌ ପଏଣ୍ଟ ସଂଖ୍ୟା ଏବେ ୨୦୦ ହୋଇଯାଇଛି । କେବଳ ୪ଟି ମ୍ୟାଚରୁ ଏତେକ ପଏଣ୍ଟ ପାଇଛି ଭାରତ । ୱେଷ୍ଟଇନ୍ଦିଜ ବିପକ୍ଷ ଦୁଇଟିକିଆ ଟେଷ୍ଟରୁ ଭାରତ ୧୨୦ ପଏଣ୍ଟ ପାଇଥିଲା । ଦକ୍ଷିଣ ଆଫି୍ରକା ବିପକ୍ଷ ସିରିଜରୁ ଭାରତ ଆଉ ୮୦ପଏଣ୍ଟ ଯୋଗାଡ କରିସାରିଲାଣି । ନୁ୍ୟଜିଲାନ୍ଦ ଦଳ ଭାରତ ଠାରୁ ୧୪୦ ପଏଣ୍ଟ ପଛରେ ଅଛନ୍ତି ବର୍ତ୍ତମାନ । ଯଦି ରାଞ୍ଚ ଟେଷ୍ଟ ମଧ୍ୟ ଭାରତ ଜିତେ ତା’ହେଲେ ଭାରତର ପଏଣ୍ଟ ୨୪୦ ହୋଇଯିବ ।
ଲଗାତାର ୧୧
ବିରାଟ ବାହିନୀ ରବିବାର ପୁନେ ଟେଷ୍ଟ ଜିତି ଲଗାତାର ୧୧ ସିରିଜ୍‌ ଘରେ ଜିତିଛନ୍ତି । ଏହା ଏକ ବିଶ୍ୱ ରେକର୍ଡ । ପୂର୍ବରୁ ଲଗାତାର ସିରିଜ୍‌ ଜିତିବାର ରେକର୍ଡ ଅଷ୍ଟ୍ରେଲିଆ ପାଖରେ ଥିଲା । ସେ ୧୦ଟି ସିରିଜ୍‌ ଜିଣିଥିଲା ଲଗାତାର ଭାବରେ । ୨୦୧୩ରୁ ୨୦୧୯ ଭିତରେ ଭାରତ ଅଷ୍ଟ୍ରେଲିଆ, ୱେଷ୍ଟଇନ୍ଦିଜ୍‌, ଦକ୍ଷିଣ ଆଫ୍ରିକା, ନୁ୍ୟଜିଲାନ୍ଦ, ଇଂଲନ୍ଦ, ବାଂଲାଦେଶ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଆଫଗାନିସ୍ତାନ, ୱେଷ୍ଟଇନ୍ଦିଜ୍‌କୁ ହରାଇଥିଲା ବେଳେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଉ ଥରେ ବିଜୟ ଲାଭ ପାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*