ଇତିହାସରେ ପ୍ରଥମ-ଓକିଲଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନର ବିଚାର ପାଇଁ ବସିଲା ପୂର୍ଣ୍ଣ ଖଣ୍ଡପୀଠ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ଓଡିଶା ହାଇକୋର୍ଟ ଇତିହାସରେ ପ୍ରଥମ । ବିଭିନ୍ନ ଅଦାଲତରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍ଥାରେ ସୁଧାର ଆଣିବା ପାଇଁ ମଙ୍ଗଳବାର ବସିଛି ପୂର୍ଣ୍ଣ ଖଣ୍ଡପୀଠ । ଏକ ଅଦାଲତ ଅବମାନନା ମାମଲାର ଶୁଣାଣି ଆରମ୍ଭ ହୋଇଛି । ହାଇକୋର୍ଟର ରେଜିଷ୍ଟ୍ରାର ନିଜ ଆଡୁ ରୁଜୁ କରିଥିବା ଏହି ମାମଲାରେ ମୁଖ୍ୟ ବି·ରପତିଙ୍କ ସମେତ ୧୪ଜଣ ବିଚାରପତିଙ୍କୁ ନେଇ ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା । ହାଇକୋର୍ଟ ଏହି ମାମଲାରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସମ୍ପାଦକଙ୍କ ସମେତ ୬୮ଟି ବାର୍ର ସଭାପତି ଏବଂ ସମ୍ପାଦକ ମୋଟ(୧୩୬)ଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି । ଏଥିସହ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ, ଭାରତୀୟ ଆଇନଜୀବୀ ପରିଷଦ ଏବଂ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷଙ୍କୁ ମଧ୍ୟ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଓଡିଶା ହାଇକୋର୍ଟ ମୁଖ୍ୟ ବି·ରପତି ଜଷ୍ଟିସ୍ କେ.ଏସ୍. ଜାଭେରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବେଂଚରେ କୁମାରୀ ଜଷ୍ଟିସ୍ ସଞ୍ଜୁ ପନ୍ଦା, ଜଷ୍ଟିସ୍ ଏସ୍.କେ. ମିଶ୍ର, ଜଷ୍ଟିସ୍ ସି.ଆର. ଦାଶ, ଜଷ୍ଟିସ୍ ଏ.କେ. ରଥ, ଜଷ୍ଟିସ୍ ବିଶ୍ୱଜିତ୍ ମହାନ୍ତି, ଜଷ୍ଟିସ୍ ବି.ଆର. ଷଡଙ୍ଗୀ, ଜଷ୍ଟିସ୍ ଦେବବ୍ରତ ଦାସ, ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ୍ ବିଶ୍ୱନାଥ ରଥ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଜଷ୍ଟିସ୍ କେ.ଆର. ମହାପାତ୍ର ଏବଂ ଜଷ୍ଟିସ୍ ଏ.କେ. ମିଶ୍ର ପ୍ରମୁଖଙ୍କ ଖନ୍ଦପୀଠରେ ମାମଲାଟି ବି·ର ହୋଇଥିଲା । ଆସନ୍ତା ୨୧ ତାରିଖ ସୁଦ୍ଧା ଉପରୋକ୍ତ ସମସ୍ତ ପ୍ରତିପକ୍ଷ ଜବାବ ଦାଖଲ କରିବେ ବୋଲି ପୂର୍ଣ୍ଣାଙ୍ଗ ଖନ୍ଦପୀଠ ନିଦେ୍ର୍ଦଶ ଜାରି କରିଛନ୍ତି । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ନିଜଆଡୁ ଏହି ମାମଲା ରୁଜୁ କରିଥିଲାବେଳେ ଏଥିରେ ଉଲ୍ଲେଖ କରାଯାଇଛି ଯେ, ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟାନ୍ୟ କେତେକ ବାର୍ରେ ଆନେ୍ଦାଳନ କରାଯିବା ଫଳରେ ନ୍ୟାୟର ପଥରୋଧ ହେଉଛି । ଏଭଳି ବନ୍ଦ ସଂକ୍ରାନ୍ତରେ ବେଂଚକୁ ବିଭିନ୍ନ ଜିଲ୍ଲା ଜଜ୍ କୋର୍ଟ ଏବଂ କୋର୍ଟ ରେଜିଷ୍ଟ୍ରାରୀ ନିକଟରୁ ଅଭିଯୋଗ ଆସିଥିଲା । ବନ୍ଦକୁ ନେଇ ସୁପ୍ରିମ୍କୋର୍ଟଙ୍କ ଅନେକ ନଜିର ଥିଲାବେଳେ ଉକ୍ତ ଆଧାରରେ ଏହି ମାମଲାକୁ ନ୍ୟାୟିକ ପ୍ରକ୍ରିୟାରେ ବି·ର କରାଯିବାର ଆବଶ୍ୟକତା ରହିଛି । ହାଇକୋର୍ଟ ଏହିସବୁ ଅଭିଯୋଗକୁ ଗ୍ରହଣ କରି ସୁପ୍ରିମ୍କୋର୍ଟରେ ହୋଇଥିବା କେତେକ ମାମଲାର ନଜିର୍ ଦେବାସହ ଯେଉଁମାନେ ଏଭଳି କରୁଛନ୍ତି କାହିିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ସଂକ୍ରାନ୍ତରେ ଉପରୋକ୍ତ ସମସ୍ତ ପକ୍ଷଙ୍କଠାରୁ ଜବାବ ତଲବ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*