ଇଣ୍ଡିଆନ୍ସର ବଡ଼ ବିଜୟ ନୂଆ ଅଧିନାୟକ ବି ଦେଖିଲେ ହାର୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଆବୁଧାବି

ଦଳ ଖରାପ କରୁଥିବାରୁ ଠିକ୍‌ ମ୍ୟାଚ ଆରମ୍ଭର କିଛି ଘଣ୍ଟା ଆଗରୁ ଅଧିନାୟକ ପଦରେ ହୋଇଥିଲା ପରିବର୍ତ୍ତନ । କାର୍ତ୍ତିକ ପଦ ଛାଡ଼ିଥିଲେ ଆଉ ଆସିଲେ ମୋର୍ଗାନ । ହେଲେ ସେ ବି କୋଲକାତା ନାଇଟ୍‌ ରାଇଡର୍ସର ହାରକୁ ଅଟକାଇ ପାରିନାହାନ୍ତି । ନେତୃତ୍ୱ ପରିବର୍ତ୍ତନ ବି ‘ଲକି’ ହୋଇନି ଦଳପାଇଁ । କାରଣ ଶୁକ୍ରବାର ଲଢେଇରେ କେକେଆରକୁ ୮ ୱିକେଟ୍‌ରେ ହରାଇ ମୁମ୍ବାଇ ଇନ୍ଦିଆନ୍ସ ବଡ଼ ବିଜୟ ହାସଲ କରିଛି । ୧୪୯ ରନର ଟାର୍ଗେଟ ମୁମ୍ବାଇ ପାଇଁ ଥିଲା ବେଳେ ସେମାନେ ୩.୧ ଓଭର ବାକିଥିଲା ବେଳେ ୨ ୱିକେଟ୍‌ରେ ୧୪୯ ରନ କରି ପାଇଯାଇଥିଲେ ବିଜୟ । ଡି କକ୍‌ ୭୮ (୩ ଛ’କା, ୯ ଚୌକା, ୪୪ ବଲ) ରୋହିତ ୩୫ ଏବଂ ହାର୍ଦ୍ଧିକ ୨୧ ରନ ସ୍କୋର କରିଥିଲେ । ମୁମ୍ବାଇ ଶୁକ୍ରବାର ବୋଲିଂ ଓ ବ୍ୟାଟିଂ ଦମଦାର ପ୍ରଦର୍ଶନ କରି ଏକତରଫା କରି ଦେଇଥିଲା ଲଢେଇକୁ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା କୋଲକାତା ନାଇଟ୍ ରାଇଡ଼ର୍ସ ସକାଶେ ଶୁକ୍ରବାର ମୁମ୍ବାଇ ଇନ୍ଦିଆନ୍ସ ବିପକ୍ଷରେ ଆରମ୍ଭ ଅତି ଖରାପ ଥିଲା । ୭.୪ ଓଭର ବେଳକୁ କେବଳ ୪୨ ରନ୍ରେ ଦଳର ଟପ୍-୪ ବ୍ୟାଟ୍ସମ୍ୟାନ ଫେରିଆସିଥିଲେ ପ୍ୟାଭିଲିଆନ୍ । ପେସ୍ ବୋଲିଂ ଅଲରାଉନ୍ଦର ପାଟ୍ କୁମିନ୍ସ ଯଦି ଅର୍ଦ୍ଧଶତକ ମାରି ନଥା’ନ୍ତେ ତାହେଲେ ଦଳର ୧୦୦ ପାର ହେବା ବି ହୁଏତ ସମ୍ଭବ ହୋଇ ପାରିନଥା’ନ୍ତା । ନିଜ ନିର୍ଦ୍ଧାରିତ ୨୦ ଓଭରରେ କୋଲକାତା ୫ ୱିକେଟ ହରାଇ ୧୪୮ ରନ୍ର ସ୍କୋର ଯାହା କରିପାରିଥିଲା ତାହା କେବଳ ସମ୍ଭବ ହୋଇଛି କୁମିନ୍ସ ଏବଂ ନୂଆ ଅଧିନାୟକ ଇଆନ ମୋର୍ଗାନଙ୍କ ସକାଶେ । ଦୁହେଁ ଅପରାଜିତ ରହିବା ସହ ୬ଷ୍ଠ ୱିକେଟ ୮୭ ରନ୍ ଯୋଗ କରିବା ଦ୍ୱାରା ଏକ ସମ୍ମାନଜନକ ସ୍କୋର କରିପାରିଥିଲା ଦଳ । କୁମିନ୍ସ ୨ ଛ’କା ଓ ୫ ଚୌକା ସହ ୩୬ ବଲରୁ ୫୩ ଓ ମୋର୍ଗାନ ୨ଟି ଲେଖାଏଁ ଛ’କା ଓ ଚୌକା ମାରି ୨୯ ବଲରୁ ୩୯ ରନ୍ କରି ନକ୍ ଆଉଟ୍ ରହିଥିଲେ । ରାହୁଳ ୭,ଶୁଭମନ୍ ୨୧, ରାଣା ୫,କାର୍ତ୍ତିକ ୪ ଏବଂ ରସେଲ ୧୨ ରନ୍ କରିଥିଲେ । ନିଜ ୪ ଓଭରରେ କେବଳ ୧୮ ରନ୍ ଦେଇ ୨ ୱିକେଟ ପାଇଥିବା ରାହୁଳ ଚହର ଥିଲେ ମୁମ୍ବାଇର ଶ୍ରେଷ୍ଠ ବୋଲର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*