ଇଞ୍ଚୋଇନରେ ବିପର୍ଯ୍ୟୟ ପ୍ରଥମ ରାଉଣ୍ଡରୁ ସିନ୍ଧୁ,ସାଇନା, ପ୍ରଣୀତ ବିଦା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଦକ୍ଷିଣକୋରିଆର ଇଞ୍ଚୋଇନ୍‌ ସହରରେ ବୁଧବାରରୁ ଆରମ୍ଭ ହୋଇଛି କୋରିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନ ଭାରତ ସକାଶେ ଆସିଛି ବଡ଼ ବିପର୍ଯ୍ୟୟ । ଦେଶର ୩ ପ୍ରମୁଖ ଖେଳାଳି ପିଭି ସିନ୍ଧୁ, ସାଇନା ନେହେୱାଲ ଏବଂ ବି. ସାଇପ୍ରଣୀତ ବଡ଼ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରଥମ ରାଉନ୍ଦରୁ ଆଉଟ୍‌ ହୋଇଯାଇଛନ୍ତି । ବିଶେଷ କରି ବିଶ୍ୱ ଚମ୍ପିଆନ୍‌ ସିନ୍ଧୁଙ୍କ ପ୍ରଥମ ରାଉନ୍ଦରେ ପରାଜୟ ସମସ୍ତଙ୍କୁ ବଡ଼ ବିସ୍ମିତ କରିପକାଇଛି । ତେବେ ବିପର୍ଯ୍ୟୟ ଭିତରେ ପାରୁପଲ୍ଲୀ କାଶ୍ୟପ କିନ୍ତୁ ନିଜ ମ୍ୟାଚ୍‌ ଜିତି ଦ୍ୱିତୀୟ ରାଉନ୍ଦରେ ପ୍ରବେଶ କରିଛନ୍ତି । ଚାଇନିଜ ତାଇପେର ଲୁ ଚିଆ ହୁଙ୍ଗଙ୍କୁ କାଶ୍ୟପ ୪୨ ମିିନିଟ୍‌ର ସମୟ ନେଇ ୨୧-୧୬ ଓ ୨୧-୧୬ରେ ହରାଇଥିଲେ । ମହିଳା ବର୍ଗରେ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା ସିନ୍ଧୁଙ୍କ ପାଖରୁ । ଆମେରିକାର ଝାଙ୍ଗଙ୍କ ବିପକ୍ଷରେ ସିନ୍ଧୁ ପରାଜିତ ହୋଇଯାଇଥିଲେ ୭-୨୧,୨୪-୨୨ ଏବଂ ୧୫-୨୧ରେ । ସାଇପ୍ରଣୀତ ଏବଂ ସାଇନା ନେହେୱାଲ ଆହତ କାରଣରୁ ଖେଳ ମଝିରୁ ଓହରି ଯାଇଥିଲେ । ଗତ ବିଶ୍ୱ ଚମ୍ପିଆନସିପ୍‌ରେ ବ୍ରୋଞ୍ଜ ମେଡାଲ ଜିତିଥିବା ସାଇପ୍ରଣୀତ ଡେନମାର୍କର ଖେଳାଳି ଆନେ୍ଦ୍ରସଙ୍କ ବିପକ୍ଷରେ ୯-୨୧ ଓ ୭-୧୧ ସ୍ଥିତିରେ ଥିଲା ବେଳେ ଆହତ ହୋଇଯିବାରୁ ଖେଳକୁ ସେଇଠି ଛାଡି ଦେବାକୁ ଚାହିଁଥିଲେ । ଫଳରେ ଡେନମାର୍କର ଖେଳାଳି ପାଇଥିଲେ ବିଜୟ । ପ୍ରଣୀତଙ୍କ ଗୋଇଠିରେ ଆଘାତ ଲାଗିଯାଇଥିଲା । ସେହିପରି ଘରୋଇ କିମ୍‌ ଗା ଙ୍କ ବିପକ୍ଷରେ ସାଇନା ଖେଳୁଥିଲା ବେଳେ ୧-୧ଗେମ୍‌ରେ ବରାବର ସ୍ଥିତିରେ ଅର୍ଥାତ୍‌ ୨୧-୧୯ ଓ ୧୮-୨୧ରେ ଥିବାବେଳେ ତୃତୀୟ ଗେମ୍‌ରେ ୧-୮ରେ ପଛେଇଥିବା ଅବସ୍ଥାରେ ଖେଳ ଛାଡି ଦେଇଥିଲେ । ତାଙ୍କ ବ୍ୟକ୍ତିଗତ କୋଚ୍‌ ତଥା ସ୍ୱାମୀ କାଶ୍ୟପ ପରେ କହିଥିଲେ ଗ୍ୟାସ୍‌ ଜନିତ ଅସୁବିଧା କାରଣରୁ ତାଙ୍କୁ ଏଭଳି ସ୍ଥିତିରେ ମ୍ୟାଚ୍‌ ଛାଡିବାକୁ ପଡିଥିଲା । ମଙ୍ଗଳବାର ଦିନ ସେ ଏକାଧିକବାର ବାନ୍ତି କରିବାରୁ ଡାକ୍ତରଖାନା ଯାଇଥିଲେ । ସେଠାରୁ ସିଧା ଆସି ଖେଳିଥିଲେ ମ୍ୟାଚ୍‌ । ଆଉ ତୃତୀୟ ଗେମ ବେଳକୁ ତାଙ୍କ ଅବସ୍ଥା ଆଉଥରେ ଖରାପ ହୋଇଯିବାରୁ ସେ ଆଉ ରାଜି ହୋଇନଥିଲେ ଆଗକୁ ଖେଳିବା ପାଇଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*