ଆୟୁଷ୍ମାନ ଭାରତ ପାଇଁ ପୁଣି ଅନୁରୋଧ ଧର୍ମେନ୍ଦ୍ରଙ୍କର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କରୋନା ଏକ ମସ୍ତବଡ଼ ବିପଦ ହୋଇ ଦେଖାଦେଇଛି । ଓଡ଼ିଶାରେ ଏହି ବିପଦର ମୁକାବିଲା ଲାଗି ସ୍ୱାସ୍ଥ୍ୟ ସେବାର ସାମର୍ଥ୍ୟ ବିଶେଷ ଭାବେ ନାହିଁ । ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ଲାଗି ତିନି ମାସର ଦରମା ଦାନ କରିବା ପରେ ଏଥିରେ ସହଯୋଗ ଲାଗି ଜନତାଙ୍କୁ ନିବେଦନ କରିଛନ୍ତି । ଏପରିକି ବିଶିଷ୍ଟ ଶିଳ୍ପପତି ତାରା ପଟନାୟକ ମଧ୍ୟ କୋଟିଏ ଟଙ୍କା ଦାନ କରିଛନ୍ତି କରୋନା ମୁକାବିଲା ପାଣ୍ଠିକୁ । କିନ୍ତୁ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା, ତାହା କରୋନା ମୁକାବିଲା ଲାଗି ଯଥେଷ୍ଟ ନୁହେଁ । ଏଭଳି ଅବସ୍ଥାରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆୟୁଷ୍ମାନ ଭାରତକୁ ଗ୍ରହଣ କରିନେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ନିବେଦନ କରିଛନ୍ତି ।
କେବଳ ଜିଦାଜିଦ୍‌ରେ ନବୀନ ସରକାର ଆୟୁଷ୍ମାନ ଭାରତକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେଉ ନାହାନ୍ତି । ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧାପନ୍ତୁରିଆ ହୋଇ ପଡ଼ିରହିଛି । ଏପର୍ଯ୍ୟନ୍ତ ଗ୍ରାମାଞ୍ଚଳର ସିଂହଭାଗ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମିଳିନାହିଁ । ଅଥଚ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଇ ଦେଉନାହାନ୍ତି ସରକାର । ଗତ ଦୁଇବର୍ଷ ହେଲା ଓଡ଼ିଶାର ଲୋକଙ୍କୁ ଏକ ବଡ଼ କେନ୍ଦ୍ରୀୟ ଯୋଜନାରୁ ବଞ୍ଚôତ କରି ରଖିଛନ୍ତି ରାଜ୍ୟ ସରକାର ।
ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ନିର୍ବାଚନ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଚିଠି ଲେଖି ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପ୍ରତିଟି ମଞ୍ଚରେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ ପରେ ଅନୁରୋଧ କରିଆସୁଛନ୍ତି । ଓଡ଼ିଆଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ନିମନ୍ତେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ ବୋଲି ସେ ଅନୁରୋଧ କରିଆସୁଛନ୍ତି । ମାତ୍ର ଜିଦ୍‌ରୁ ହଟି ନାହାନ୍ତି ନବୀନ ସରକାର ।

କରୋନାକୁ ନେଇ ସୃଷ୍ଟି ହୋଇଥିବା ସଙ୍କଟ ଘଡ଼ିରେ ଆୟୁଷ୍ମାନ ଭାରତ ଯୋଜନାର ସୁବିଧା ଓଡ଼ିଆ ଲୋକେ ପାଇବା ଦରକାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସୋସିଆଲ୍‌ ମିଡିଆ ଜରିଆରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, ବର୍ତ୍ତମାନର ଅଭାବନୀୟ ପରିସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଓଡ଼ିଶାବାସୀ ତଥା ସାରା ଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଚିକିତ୍ସା ସୁବିଧା ମିଳିବା ଜରୁରୀ । ଏ ପରିପ୍ରେକ୍ଷୀରେ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାର ଗ୍ରହଣ କରି ନିଅନ୍ତୁ । ‘ଏହି ସଙ୍କଟ ଘଡ଼ିରେ ଲୋକଙ୍କ ସାଙ୍ଗରେ ଦୃଢ଼ତାର ସହ ଛିଡ଼ା ହେବାର ସମୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ମୋର ଆନ୍ତରିକ ନିବେଦନ, ଯେତେଶୀଘ୍ର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ସାଧାରଣ ଗରିବ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ।’
କରୋନା ରକ୍ତ ପରୀକ୍ଷଣ ପାଇଁ ଓଡ଼ିଶାରେ ଯଥେଷ୍ଟ ଭିତ୍ତିଭୂମି ନାହିଁ । ଏପର୍ଯ୍ୟନ୍ତ ମାତ୍ର ୯୦ ଜଣଙ୍କର ରକ୍ତ ପରୀକ୍ଷା କରାଯାଇପାରି ନାହିଁ । ରାଜ୍ୟ ବାହାରୁ ୩୬୦୦ ସନ୍ଦିଗ୍ଧ ଆସିଛନ୍ତି । ଆବଶ୍ୟକ ଡାକ୍ତର ବଳ ବି ନାହିଁ ସରକାରଙ୍କର । ଘରୋଇ ହସ୍ପିଟାଲ୍‌କୁ ପରୀକ୍ଷା ପାଇଁ ଅନୁମତି ମିଳିଛି । ଏଥିପାଇଁ ଖର୍ଚ୍ଚ ସାଢ଼େ ୪ହଜାର ଧାର୍ଯ୍ୟ କରାଯାଇଛି । ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲେ ଅନ୍ତତଃ ଘରୋଇ ହସ୍ପିଟାଲ୍‌ରୁ ରକ୍ତ ପରୀକ୍ଷଣ ସହ ଚିକିତ୍ସା ସୁବିଧା ପାଇପାରନ୍ତେ ଓଡ଼ିଆ ଲୋକ । କିନ୍ତୁ କାହିଁକି ଆୟୁଷ୍ମାନ ଭାରତ ଯୋଜନା ପ୍ରତି ରାଜ୍ୟ ସରକାର ଏତେ ବିମୁଖ ଜଣାପଡ଼ୁ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*