ଆୟୁଷ୍ମାନ ବିସିଜେଡି କଟକ ଜୋନର ନୂତନ ଉପସଭାପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବଡ଼ମ୍ବା

ବଡ଼ମ୍ବାର ଯୁବ ଆଇନଜୀବୀ ଆୟୁଷ୍ମାନ ପଟ୍ଟନାୟକ ବିଜୁ ଛାତ୍ରଜନତା ଦଳ କଟକ ଜୋନର ନୂତନ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସୁପାରିଶକ୍ରମେ ବିଜୁ ଛାତ୍ରଜନତା ଦଳ ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ଏବଂ କଟକ ଜୋନ ସଭାପତି ସ୍ମୃତିରଞ୍ଜନ ଦାଶ ଆୟୁଷ୍ମାନଙ୍କୁ ଏହି ପଦବୀ ନିମନ୍ତେ ମନୋନୀତ କରିଥିବା ଜଣାଯାଇଛି । ଗଠନମୂଳକ ସମାଜସେବା କ୍ଷେତ୍ରରେ ତଥା ଦଳର ସାଂଗଠନିକ ଅଭିବୃଦ୍ଧି ଦିଗରେ ସେ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ଶ୍ରୀମାନ ଆୟୁଷ୍ମାନ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*