ଆହତ ବୁମରା ଟେଷ୍ଟ ସିରିଜରୁ ବାହାର ହେଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଆସନ୍ତା ମାସ ୨ ତାରିଖରୁ ବିଶାଖପାଟଣାରେ ଭାରତ ଓ ଦକ୍ଷିଣ ଆଫି୍ରକା ମଧ୍ୟର ଟେଷ୍ଟ ସିରିଜ ଅନ୍ତର୍ଗତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ । ଟି-୨୦ ସିରିଜ ଡ୍ର’ ହୋଇଥିବାରୁ ଭାରତୀୟ ଦଳ ଏହି ଟେଷ୍ଟ ସିରିଜରେ ନିଜର ଦବ୍‌ଦବା ଜାହିର କରିବା ପାଇଁ ମସୁଧାରେ ଥିଲା ବେଳେ ମଙ୍ଗଳବାର ଦଳକୁ ଲାଗିଛି ବଡ଼ ଝଟକା । ଗତ କିଛିମାସ ଧରି ଟେଷ୍ଟରେ ଖୁବ୍‌ ସଫଳ ରହିଥିବା ପେସ୍‌ ବୋଲର ଯଶପ୍ରୀତ ବୁମରା ଆହତ କାରଣରୁ ପୂରା ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି । ସେ ତିନୋଟି ଯାକ ଟେଷ୍ଟ ଖେଳିପାରିବେ ନାହିଁ ବୋଲି ଭାରତୀୟ କି୍ରକେଟ ବୋର୍ଡ ପକ୍ଷରୁ ମଙ୍ଗଳବାର ଦିନ ଆନୁଷ୍ଠାନିକ ଘୋଷଣା କରାଯାଇଛି । ତାଙ୍କର ଅଣ୍ଟା ତଳ ହାଡରେ ଏକ ଅତ୍ୟନ୍ତ ସୂକ୍ଷ୍ମ ଭଙ୍ଗା ଥିବାର ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଚିକିତ୍ସା କରାଯାଉଥିଲା ବେଳେ ସେ ଜାତୀୟ କ୍ରିକେଟ ଏକାଡେମୀରେ ଉପଚାର ପରବର୍ତ୍ତୀ ସମୟ ବିତାଇବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଭାରତୀୟ ଦଳର ମେଡିକାଲ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । ବୁମରା ଆଉଟ୍‌ ହୋଇଯାଇଥିବାରୁ ଟେଷ୍ଟ ସିରିଜ ପାଇଁ ଦଳକୁ ଆସିଛନ୍ତି ପେସ୍‌ ବୋଲର ଉମେଶ ଯାଦବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*