ଆସୁଛି ବାହୁବଳିଙ୍କ ‘ଜାନ୍‌’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସଙ୍କ ପ୍ରସଂଶକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଟଲିଉଡ୍‌ର ନିଦେ୍ର୍ଦଶକ ରାଧାକୃଷ୍ଣ କୁମାରଙ୍କ ଆଗାମୀ ଫିଲ୍ମ ‘ଜାନ୍‌’ରେ ପ୍ରଭାସଙ୍କୁ ସାଇନ୍‌ କରାଯାଇଛି । ଏହି ଫିଲ୍ମଟି ଉଭୟ ହିନ୍ଦୀ ଏବଂ ତେଲୁଗୁରେ ନିର୍ମାଣ କରାଯିବ । ତେଲୁଗୁରେ ନିର୍ମାଣ ହେବାକୁଥିବା ଏହି ଫିଲ୍ମଟିର ନାମ ‘ଅନପନୀ’ ରଖାଯିବ ବୋଲି ଜଣାପଡ଼ିଛି । ଏହି ଫିଲ୍ମର ସୁଟିଂ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁଯାଉଛି । ଫିଲ୍ମରେ ପୂଜା ହେଗ୍‌ଡେଙ୍କୁ ‘ବାହୁବଲି’ଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । ଫିଲ୍ମ ‘ସାହୋ’ ପରେ ସାଉଥ୍‌ ସୁପର୍‌ଷ୍ଟାର ପ୍ରଭାସ ନିଜର ଆଗାମୀ ଫିଲ୍ମ ‘ଜାନ୍‌’ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଫିଲ୍ମରେ ପ୍ରଥମ ଥର ଲାଗି ପ୍ରଭାସଙ୍କ ଅପୋଜିଟ୍‌ ପୂଜା ହେଗ୍‌ଡେଙ୍କୁ କାଷ୍ଟ କରାଯାଇଛି ।
‘ଜାନ୍‌’ ଫିଲ୍ମର ସୁଟିଂ ୧୮ ନଭେମ୍ବରରୁ ଆରମ୍ଭ ହେବାକୁଯାଉଛି । ରାଧାକୃଷ୍ଣ କୁମାର ଏହି ଫିଲ୍ମର ନିଦେ୍ର୍ଦଶନା ଦେଉଛନ୍ତି । ଏହା ଏକ ରୋମାଣ୍ଟିକ୍‌ ଡ୍ରାମା ବେସ୍‌ଡ ଫିଲ୍ମ ଅଟେ । ଏଥିରେ ପ୍ରଭାସ ଏକ ଜ୍ୟୋତିଷ ଭୂମିକାରେ ନଜର ଆସିବେ । ଏଠାରେ ଉଲ୍ଲେଖନୀୟ ଥାଉ ଯେ, ଗୋଟିଏ ବର୍ଷ ପୂର୍ବରୁ ଏହି ଫିଲ୍ମର ଅଫିସିଆଲ ଲଞ୍ଚ୍‌ ହୋଇସାରିଥିଲା । ନଭେମ୍ବର ୨୦୧୮ରେ ଏହାର ସୁଟିଂ ଆରମ୍ଭ ହୋଇଥାନ୍ତା, କିନ୍ତୁ କୌଣସି କାରଣବଶତଃ ସୁଟିଂକୁ ଘୁଞ୍ଚାଇ ଦିଆଯାଇଥିଲା । ଏହା ପରେ ପ୍ରଭାସ୍‌ ‘ସାହୋ’ରେ ବ୍ୟସ୍ତ ହୋଇଯାଇଥିଲେ । ଫିଲ୍ମଟିର ସଙ୍ଗୀତ ନିଦେ୍ର୍ଦଶନା ଅମିତ୍‌ ତ୍ରିବେଦୀଙ୍କୁ ଦିଆଯାଇଛି । ସୂଚନାଥାଉ ଯେ, ଏଇ ନିକଟରେ ମୁକ୍ତିଲାଭ କରିଥିବା ପ୍ରଭାସଙ୍କ ଫିଲ୍ମ ‘ସାହୋ’ ୩୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବକ୍ସଅଫିସ୍‌ରେ କଲେକ୍ସନ୍‌ କରିଥିଲା । ଫିଲ୍ମରେ ପ୍ରଭାସଙ୍କ ସହିତ ଶ୍ରଦ୍ଧା କପୁରଙ୍କ ଜବରଦସ୍ତ ଆକ୍ସନ୍‌ ଦେଖିବାକୁ ମିଳିଥିଲା । ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଡାଇରେକ୍ଟର ସୁଜୀତ ଏହାର ନିଦେ୍ର୍ଦଶନା ଦାୟିତ୍ୱ ସମ୍ଭାଳିଥିଲେ । ଅପରପକ୍ଷରେ ନିକଟରେ ମୁକ୍ତିଲାଭ କରିଥିବା ପୂଜାଙ୍କ ଫିଲ୍ମ ‘ହାଉସ୍‌ଫୁଲ-୪’କୁ ବକ୍ସଅଫିସ୍‌ରେ ଭଲ ପ୍ରତିକ୍ରିୟା ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*